ନୂଆ ହୋଣ୍ଡା ଆମେଜ୍ ବିକ୍ରି ୧ ଲକ୍ଷ ଟପିଲା

ନୂଆଦିଲ୍ଲୀ: ବଜାରରେ ପ୍ରବେଶ କରିବାର ୧୩ ମାସ ଭିତରେ ହୋଣ୍ଡାର ସମ୍ପୂର୍ଣ୍ଣ ନୂଆ ଆମେଜ୍‌ର ବିକ୍ରି ୧ ଲକ୍ଷ ମାଇଲଖୁଣ୍ଟ ଅତିକ୍ରମ କରିଛି। ୨୦୧୮ ମେ’ରେ ଏହାକୁ ଉନ୍ମୋଚନ କରାଯାଇଥିଲା। ପୂର୍ବରୁ ହୋଣ୍ଡାର କୌଣସି ମଡେଲ୍ ଏତେ ଶୀଘ୍ର ୧ ଲକ୍ଷ ବିକ୍ରି ସ୍ତର ହାସଲ କରିପାରିନଥିଲେ। ଏହି ସଫଳତାର ଉତ୍ସବକୁ ପାଳନ କରିବା ପାଇଁ କଂପାନି ପକ୍ଷରୁ ହୋଣ୍ଡା ଆମେଜ୍‌ର ଏକ ସ୍ବତନ୍ତ୍ର ଏଡିସନ୍‌କୁ ଉନ୍ମୋଚନ କରାଯାଇଛି। ଏହା ଉଭୟ ପେଟ୍ରୋଲ୍ ଓ ଡିଜେଲ ବିକଳ୍ପରେ ଉପଲବ୍ଧ ହେବ। ଏହା ତିନି ରଙ୍ଗ ରାଡିଆଣ୍ଟ୍‌ ରେଡ୍, ଲୁନାର୍‌ ସିଲ୍‌ଭର୍‌ ଓ ହ୍ବାଇଟ୍‌ ଅର୍କିଡ୍‌ ପର୍ଲରେ ମିଳିବ। ଆମେଜ୍‌ର ନୂତନ ମଡେଲ୍‌କୁ ଉନ୍ମୋଚନ କରି ଆମେ ବହୁତ ଖୁସି ବୋଲି କଂପାନିର ବରିଷ୍ଠ ଉପସଭାପତି ରାଜେଶ ଗୋଏଲ କହିଛନ୍ତି। ଆମେଜ୍‌ର ସ୍ବତନ୍ତ୍ର ଏଡିସନ୍‌ର ଏକ୍ସ ସୋ’ରୁମ୍ ଦର ୮,୭୨,୨୦୦ ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର