ବିକ୍ରେତାଙ୍କ ସଫଳତା କାହାଣୀ ଗ୍ରାହକଙ୍କୁ ଜଣାଇବ ଆମାଜନ୍

ଭୁବନେଶ୍ବର : ଇ-କମର୍ସ କ୍ଷେତ୍ରର ବଡ଼ କଂପାନି ଆମାଜନ୍ ଡଟ୍‌ ଇନ୍ ଏହାର ବିକ୍ରେତାମାନଙ୍କ ସଫଳତା କାହାଣୀକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ଲାଗି ଏକ ଅଭିଯାନ ଆରମ୍ଭ କରିଛି। ଷ୍ଟୋରିବକ୍ସେସ୍ ନାମକ ଏହି ଅଭିଯାନରେ ଗ୍ରାହକମାନେ ଯେଉଁ ଡେଲିଭରି ପ୍ୟାକେଟ୍ ପାଉଛନ୍ତି ତାହା ଉପରେ କ୍ଷୁଦ୍ର ଓ ମଧ୍ୟମ ଧରଣ ବିକ୍ରେତାଙ୍କ ସଫଳତା କାହାଣୀ ଲେଖାଥିବା ଦେଖିବାକୁ ପାଇବେ। ଆମାଜନ ସହିତ ୫୦ ଲକ୍ଷରୁ ଅଧିକ ବିକ୍ରେତା ଯୋଡ଼ି ହୋଇଛନ୍ତି। ପ୍ରତିଟି ବିକ୍ରେତାଙ୍କ ସଫଳତା ଯାତ୍ରା କାହାଣୀ ବେଶ ରୋମାଞ୍ଚକର। ଏହା ଗ୍ରାହକମାନଙ୍କୁ ପ୍ରେରଣା ଦେବ ବୋଲି ଅମାଜନ୍ ଭାବୁଛି। ଦି ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ଠାରୁ ବିକ୍ରେତାଙ୍କ କାହାଣୀର ପ୍ରସାର ଆରମ୍ଭ କରାଯାଇଛି ବୋଲି କଂପାନିର ଉପସଭାପତି ଗୋପାଳ ପିଲ୍ଲାଇ କହିଛନ୍ତି।

ସମ୍ବନ୍ଧିତ ଖବର