ଦିପାବଳୀ ବଜାରରେ ଆମାଜନ ଓ ଫ୍ଲିପକାର୍ଟ ମଧ୍ୟରେ ଲଢେଇ

ଭୁବନେଶ୍ୱର : ଦଶହରାରେ ପରେ ଏବେ ଦିପାବଳୀରେ ମୁହାଁମୁହିଁ ହୋଇଛନ୍ତି  ଦେଶର ଦୁଇ ପ୍ରମୁଖ ଇ-କମର୍ସ ସଂସ୍ଥା ଆମାଜନ ଓ ଫ୍ଲିପକାଟ । ଉଭୟ କମ୍ପାନି ପକ୍ଷରୁ ବିଭିନ୍ନ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି । ଆମାଜନ ପକ୍ଷରୁ  ଦ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ଓ ଫ୍ଲ୍‌ିପକାର୍ଟ ପକ୍ଷରୁ  ଫେଷ୍ଟିଭ ଧମାକା ଡେଜ୍‌  ଆଜିଠାରୁ ଆରମ୍ଭ ହୋଇଛି ।

ଆଜିଠାରୁ ଆମାଜନରେ  ଆରମ୍ଭ ହୋଇଛି ଦ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ର ୨ୟ ପର୍ଯ୍ୟାୟ । ଏହା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଗ୍ରାହକଙ୍କୁ ଆକର୍ଷଣୀୟ ମୂଲ୍ୟରେ ଅନେକ ସାମଗ୍ରୀ ଯୋଗାଇ ଦିଆଯିବ।  ଏହା ସହିତ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଉପଲବ୍ଧ ହେବ। ସମସ୍ତ ଗ୍ରାହକଙ୍କୁ ମାଗଣା ମୋବାଇଲ୍‌ ସ୍କ୍ରିନ୍‌ ରିପ୍ୟାରିଂ, ୱାସିଂ ମେସିନ୍‌ ଓ ଟିଭି ତଥା ରେଫ୍ରିଜେରେଟର ଉପରେ ୧ ବର୍ଷର ବର୍ଦ୍ଧିତ ୱାରେଣ୍ଟି।  ବିଭିନ୍ନ ସାମଗ୍ରୀ ମଧ୍ୟରେ ସ୍ମାର୍ଟଫୋନ୍‌ ଠାରୁ ଆରମ୍ଭ କରି ଫେସନ୍‌ ସାମଗ୍ରୀ, ଗୃହ ଏବଂ କିଚେନ୍‌ ସାମଗ୍ରୀ, ବୃହତ୍‌ ଆପଲାଏନ୍ସ୍‌, ଟିଭି, ସ୍ପୋର୍ଟସ୍‌ ଏବଂ ଫିଟ୍‌ନେସ୍‌ ସାମଗ୍ରୀ ପ୍ରଭୃତି ଗ୍ରାହକ ପକେଟକୁ ସୁହାଇଲା ଭଳି ମୂଲ୍ୟରେ ଆମାଜନ୍‌ ଷ୍ଟୋର୍‌ରୁ କ୍ରୟ କରିପାରିବେ। ପ୍ରାଇମ୍‌ ସଦସ୍ୟଙ୍କୁ ଖୁବ୍‌ କମ୍‌ ସମୟ ମଧ୍ୟରେ ବିଭିନ୍ନ ସାମଗ୍ରୀ ଯୋଗାଇ ଦିଆଯିବ।

ଅନ୍ୟପକ୍ଷରେ ଦେଶର ଆଉ ଏକ ପ୍ରମୁଖ ଅନଲାଇନ ସପିଂ ସଂସ୍ଥା ଫ୍ଲିପକାର୍ଟ ପକ୍ଷରୁ ମଧ୍ୟ ଫେଷ୍ଟିଭ ଧମାକା ଡେଜ୍‌  ମଧ୍ୟ  ଆଜିଠାରୁ ଆରମ୍ଭ ହୋଇଯାଇଛି ।  ଏହା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ  ବିଭିନ୍ନ  ମୋବାଇଲ  ବ୍ରାଣ୍ଡ ଉପରେ ଆକର୍ଷଣୀୟ ଅଫର, ଟେଲିଭିଜନ ଓ ହୋମ ଆପ୍ଲାଏନସେସ ଉପରେ ୮୦%  ପର୍ଯ୍ୟନ୍ତ ରିହାତି, ପୋଷାକ ଓ ଜୋତା ଉପରେ ୯୦ %  ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର