ଆମାଜନ୍‌ ପକ୍ଷରୁ ବେଷ୍ଟ ଅଫ୍‌ ପ୍ରାଇମ୍‌ ଯୋଜନା ସମ୍ପର୍କରେ ଘୋଷଣା

ନୂଆଦିଲ୍ଲୀ : ଆମାଜନ୍‌ ଇଣ୍ଡିଆ ପକ୍ଷରୁ ବେଷ୍ଟ ଅଫ୍‌ ପ୍ରାଇମ୍‌- ୨୦୧୮ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଯୋଜନା ଦ୍ୱାରା ୨୦୧୮ ବର୍ଷରେ ପ୍ରାଇମ୍‌ ସଦସ୍ୟଙ୍କୁ ସେମାନଙ୍କର ଅର୍ଡର ସାମଗ୍ରୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଯୋଗାଇ ଦିଆଯାଇଛି। ଏହି ଅବସରରେ ଅନେକ ଉତ୍ପାଦର ବଜାର ପ୍ରବେଶ କରାଯାଇଛି। ସେସବୁ ବ୍ରାଣ୍ଡ୍‌ ମଧ୍ୟରେ ୱାନପ୍ଲସ୍‌, ନେସଲେ ସେନ୍‌ ପ୍ଲସ୍‌, ମାର୍କସ୍‌ ଆଣ୍ଡ୍‌ ସ୍ପେନସର୍‌, ବୁସ୍କ୍‌, ଏଚପି, ଏସର, ଗ୍ୟାପ୍‌, ଆସିକ୍ସ୍‌ ଆଦି ରହିଛି। ସେହିପରି ଶ୍ରେଷ୍ଠ ଉତ୍ପାଦ ମଧ୍ୟରେ ଆମାଜନ ଫାୟାର ଟିଭି ଷ୍ଟିକ୍‌, ମଧୁର ପ୍ୟୁର ଏବଂ ସ୍ୱସ୍ଥ୍ୟକର ଚିନି, ଜେବିଏଲ୍‌ ଇନ୍‌ ଇୟର ହେଡଫୋନ୍‌, ଏମ୍‌ଆଇ ୧୦୦୦ଏମଏଏଚ୍‌ ପାୱାର ବ୍ୟାଙ୍କ, ହାୟର ୫.୮ ଟପ୍‌ ଲୋଡିଂ ୱାଶିଂ ମେସିନ୍‌, ଏମଆଇ ଏଲଇଡି ଟିଭି ୪-ସି ପ୍ରୋ ୩୨ ଇଞ୍ଚ ଆଣ୍ଡ୍ରଏଡ୍‌ ଟିଭି, ରେଡ୍‌ ମି ୱାଇ-୨ ଗୋଲ୍ଡ ୩୨ଜିବି ସ୍ମାର୍ଟଫୋନ୍‌ ଆଦି ରହିଛି। ବିଭିନ୍ନ ସାମଗ୍ରୀ ହାଇଦ୍ରାବାଦ୍ଳ ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ ଆଦି ଅଂଚଳରେ ଶୀଘ୍ର ଡେଲିଭରୀ ହୋଇପାରିଛି ।

ଏହି ଅବସରରେ ହିନ୍ଦୀ, ତାମିଲ୍‌, ତେଲୁଗୁ, ପଂଜାବୀ, ମାଲାୟଲମ୍‌, ଗୁଜୁରାଟୀ, ରାଜସ୍ଥାନୀ, ବଙ୍ଗାଳୀ ଭାଷା ସହିତ ଆସାମୀ ଏବଂ ଓଡ଼ିଆ ଭାଷାର ପ୍ରାଇମ୍‌ ମ୍ୟୁଜିକ୍‌ର ବଜାର ପ୍ରବେଶ ହୋଇପାରିଛି। ଏହା ଦ୍ୱାରା ବିଶ୍ୱ ବ୍ୟାପି ୧୭ଟି ଦେଶର ୧୦୦ ନିୟୁତରୁ ଅଧିକ ପ୍ରାଇମ୍‌ ସଦସ୍ୟ ବେଶ୍‌ ଉପକୃତ ହୋଇପାରିଛନ୍ତି । ଏହି ଅବସରରେ ଅନେକ ପ୍ରାଇମ୍‌ ଭିଡ଼ିଓ, ପ୍ରାଇମ୍‌ ମ୍ୟୁଜିକ୍‌, ପ୍ରାଇମ୍‌ ରିଡିଂର ଉତ୍ପାଦ ଗ୍ରାହକଙ୍କୁ ଯୋଗାଇ ଦିଆଯାଇଛି। ଏଚଡିଏଫସି ବ୍ୟାଙ୍କ ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡ ବ୍ୟବହାର କରିଥିବା ସଦସ୍ୟଙ୍କୁ ରିହାତି ପ୍ରଦାନ କରାଯାଇଛି। ସେହିପରି ଆମାଜନ ପେ ବାଲାନ୍ସ ବ୍ୟବହାର କରିଥିବା ଗ୍ରାହକଙ୍କୁ ରିହାତି ଯୋଗାଇ ଦିଆଯାଇଛି।

ସମ୍ବନ୍ଧିତ ଖବର