ନୂଆଦିଲ୍ଲୀ : ଇ-କମର୍ସ କମ୍ପାନି ଆମାଜନ୍ ଇଣ୍ଡିଆ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ଆମାଜନ ଫ୍ରିଡମ୍ ସେଲ୍’ ଯୋଜନା ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାହକଙ୍କୁ ଆକର୍ଷଣୀୟ ମୂଲ୍ୟରେ ଅନେକ ସାମଗ୍ରୀ ଯୋଗାଇ ଦିଆଯିବ। ଏହି ଯୋଜନା ୨୦୧୮ ଅଗଷ୍ଟ ୯ ତାରିଖ ରାତି ୧୨ଟାରୁ ଅଗଷ୍ଟ ୧୨ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହି ସମୟରେ ଗ୍ରାହକ ଆମାଜନ୍ରେ ମହଜୁଦ୍ ଥିବା ୧୭୦ ନିୟୁତ ସାମଗ୍ରୀ ମଧ୍ୟରୁ ଗ୍ରାହକ ନିଜ ମନପସନ୍ଦର ସାମଗ୍ରୀ କ୍ରୟ କରିବାର ସୁଯୋଗ ପାଇବେ। ବିଭିନ୍ନ ସାମଗ୍ରୀ ମଧ୍ୟରେ ସ୍ମାର୍ଟଫୋନ୍ ଠାରୁ ଆରମ୍ଭ କରି ଫେଶନ୍ ସାମଗ୍ରୀ,କ୍ୟୁମର ଇଲେକ୍ଟ୍ରୋନିକ୍ସ, ଗୃହ ଏବଂ କିଚେନ୍ ସାମଗ୍ରୀ, ବୃହତ୍ ଆପଲାଏନ୍ସ୍, ଗ୍ରୋସରୀ ସାମଗ୍ରୀ ପ୍ରଭୃତି ୨୦,୦୦୦ରୁ ଅଧିକ ପ୍ରକାର ସାମଗ୍ରୀ ଗ୍ରାହକ ପକେଟକୁ ସୁହାଇଲା ଭଳି ମୂଲ୍ୟରେ ଆମାଜନ୍ ଷ୍ଟୋର୍ରୁ କ୍ରୟ କରିପାରିବେ।ଏହି ଅବସରରେ ମୋବାଇଲ୍ ଫୋନ୍ ଏବଂ ଆସେସୋରିଜ୍ ଉପରେ ୪୦% ପର୍ଯ୍ୟନ୍ତ ରିହାତି,କ୍ୟୁମର ଇଲେକ୍ଟ୍ରୋନିକ୍ସ ଉପରେ ୫୦% ପର୍ଯ୍ୟନ୍ତ ରିହାତି, ଡେଲି ଏସେନସିଆଲ୍ ଉପରେ ୫୦% ପର୍ଯ୍ୟନ୍ତ ରିହାତି, ଆମାଜନ ଫେଶନ ଉପରେ ୮୦% ପର୍ଯ୍ୟନ୍ତ ରିହାତି ଏବଂ ହୋମ୍ ଏବଂ ଆଉଟ୍ ଡୋର ସାମଗ୍ରୀ ଉପରେ ୭୦% ପର୍ଯ୍ୟନ୍ତ ରିହାତି ମିଳିବ । ଏହି ଅବସରରେ ସାମସଙ୍ଗ୍, ହୁଆୱି, ହନର, କାଲଭିନ୍ କ୍ଲିନ୍ ପରଫରମାନ୍ସ୍, ଜଷ୍ଟ୍ ଏଫ୍, ଡାୟସନ୍, ବୁକ୍ସ୍,ସେଲୋଣ୍ଡା ଆଦି ବ୍ରାଣ୍ଡ୍ର ନୂତନ ଉତ୍ପାଦର ବଜାର ପ୍ରବେଶ ହେବ। ଏସବିଆଇ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ୧୦% କ୍ୟାସ୍ ବ୍ୟାକ୍ ସୁବିଧା ପ୍ରଦାନ କରାଯିବ।
ସ୍ୱାଧୀନତା ଦିବସ ଉପଲକ୍ଷେ ଆମାଜନ୍ ଇଣ୍ଡିଆ ଘୋଷଣା କଲା ‘ଆମାଜନ୍ ଫ୍ରିଡମ୍ ସେଲ୍’
/sambad/media/post_attachments/wp-content/uploads/2018/08/amazon-freedom-sale.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)