ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆମାଜନ୍‌ ଫେସନ୍‌ ପକ୍ଷରୁ ସ୍ୱତନ୍ତ୍ର ଫେସନ କଲେକ୍ସନ

ନୂଆଦିଲ୍ଲୀ : ଅନଲାଇନ୍‌ ବାଣିଜ୍ୟ ସଂସ୍ଥା ଆନ୍‌ ଫେସନ୍‌ରେ ପକ୍ଷରୁ ଚଳିତ ୭୦ ତମ ସାଧାରଣତନ୍ତ୍ର ଦିବସ ଅବସରରେ ୫ଟି ସାମଗ୍ରୀର ୱାର୍ଡରୋବ୍‌ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଆମାଜନ ଫେସନ୍‌ର କ୍ରିଏଟିଭ୍‌ ନିର୍ଦ୍ଦେଶକ ନରେନ୍ଦ୍ର କୁମାର ଷ୍ଟାଇଲିସ୍‌ ଲୁକ୍‌ ଦେବାର ପ୍ରୟାସ କରୁଛନ୍ତି । ଏହି ଅବସରରେ ଟ୍ରାଇକଲର କୁର୍ତା, କୁର୍ତା ଜ୍ୟାକେଟ୍‌ ,ପାଇଜାମା, ଚୁଡ଼ିଦାର ଆଦିର ବିକ୍ରି କରାଯିବ। ଏହା ସହିତ ଶର୍ଟ କୁର୍ତା, ଜିନସ୍‌ ଆଦି ମଧ୍ୟ ବିକ୍ରି ହେବ । ଏହା ସହିତ ନେହେରୁ ଜ୍ୟାକେଟ୍‌ ଏବଂ ଏମ୍ବ୍ରୋଡୋରୀ ଜ୍ୟାକେଟ ମଧ୍ୟ ଉପଲବ୍ଧ ହେବ। ଏହାକୁ ପିନ୍ଧିବା ବେଶ୍‌ ସହଜ ଜନକ। ଏହା ମନରେ ସମ୍ମାନବୋଧ ସୃଷ୍ଟି କରିବାକୁ ସକ୍ଷମ ହେବ।

 

ଏହି ଅବସରରେ ବ୍ୟାଗ୍‌ ଏବଂ ଆସେସୋରିଜ୍‌ ମଧ୍ୟ ଆମାଜନ ଫେଶନରେ ଉପଲବ୍ଧ ହେବ। ବିଭିନ୍ନ ଅଳଙ୍କାର ମଧ୍ୟରେ ମହିଳାଙ୍କ ଉପଯୋଗୀ ଟୋଟେସ୍‌, କ୍ଲଚ୍‌, ଇୟରିଂ, ବ୍ରାସଲେଟ୍‌ ଉପଲବ୍ଧ ହେବ। ସେହିପରି ପୁରୁଷଙ୍କ ଉପଯୋଗୀ ପକେଟ ସ୍ୱୋୟାର, ବ୍ରୁଚ୍‌, ବ୍ରାସଲେଟ୍‌, ପେଣ୍ଡାଣ୍ଟ ଆଦି ଉପଲବ୍ଧ ହେବ।

ବିଭିନ୍ନ ରଙ୍ଗର ଦୁପଟା ଏବଂ ଷ୍ଟଲ୍‌ ଏହି ଅବସରରେ ଗ୍ରାହକ ଯୋଗାଇ ଦିଆଯିବ। ଏସବୁକୁ ସାଲୱାର ସୁଟ୍‌ ତଥା କୁର୍ତା ସହିତ ପିନ୍ଧିହେବ। ଶୀତ ପାର୍ବଣ ଅବସରରେ ଏହା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ। ଏସବୁ ଖଦୀରେ ପ୍ରସ୍ତୁତ ହୋଇଛି।

ସେହିପରି ବିଭିନ୍ନ ପାରମ୍ପରିକ ଫୁଟ୍‌ୱେର ମଧ୍ୟ ଏହି ଅବସରରେ ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ଏହା ମଧ୍ୟରେ ମହିଳା ଓ ପୁରୁଷଙ୍କ ଉପଯୋଗୀ କୋହ୍ଲାପୁରୀ, ରାଜସ୍ଥାନୀ ତଥା ଝୋଟ ଫୁଟୱେର ରହିଛି। ସେହିପରି ବିଭିନ୍ନ ଷ୍ଟାଇଲର ଚମଡ଼ା ଫୁଟୱେର ମଧଡ଼୍‌ୟ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର