ମୁମ୍ବାଇ: ଇ-କମର୍ସ ସାଇଟ୍ ଆମାଜନ୍ ତା’ର ଗ୍ରାହକମାନଙ୍କୁ ବାନ୍ଧି ରଖିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛି। ଏପରିକି ଆମାଜନ୍ ତା’ର ଗ୍ରାହକମାନଙ୍କୁ ପୁରସ୍କାର ଜିତିବା ପାଇଁ ରୀତିମତ ଭାବେ ସୁଯୋଗ ପ୍ରଦାନ କରୁଛି। ଏବେ ଆମାଜନ୍ରେ ଡେଲି ଆପ୍ କ୍ବିଜ୍ର ନୂଆ ସଂସ୍କରଣ ଆରମ୍ଭ ହୋଇଯାଇଛି।
ଅନ୍ଲାଇନ୍ ସପିଂ ପ୍ଲାଟ୍ଫର୍ମ ଆମାଜନ୍ ଆଜିର ପ୍ରତିଯୋଗିତାରେ ଆମାଜନ୍ ପେ ବାଲାନ୍ସରେ ୫୦୦୦ ଟଙ୍କା ଜିତିବାର ସୁଯୋଗ ଦେଉଛି। ଏହି ପ୍ରତିଯୋଗିତା ଆମାଜନ୍ର ମୋବାଇଲ୍ ଆପ୍ରେ ଉପଲବ୍ଧ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆମାଜନ୍ର ଏହି ଡେଲି କ୍ବିଜ୍ ସମାଳ ୮ଟାରୁ ରାତି ୧୨ଟା ମଧ୍ୟରେ ହୋଇଥାଏ।
ଇ-କମର୍ସ ସାଇଟ୍ ଆମାଜନ୍ରେ ପ୍ରତିଦିନ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ପ୍ରତି କୁଇଜ୍ ପ୍ରତିଯୋଗିତାର ପୁରସ୍କାର ରାଶି ଭିନ୍ନ ହୋଇଥାଏ। ଏହି ପ୍ରତିଯୋଗିତାରେ ୫ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥାଏ। ଯେଉଁମାନେ ଠିକ୍ ଉତ୍ତର ଦେଇଥାନ୍ତି ସେମାନଙ୍କୁ ନେଇ ଏକ ଲକି ଡ୍ର ପ୍ରତିଯୋଗିତା କରାଯାଏ। ଲକି ଡ୍ର ମାଧ୍ୟମରେ ବିଜେତା ଚୟନ କରାଯାଏ। ଆଜିର ବିଜେତାଙ୍କ ନାମ ଆସନ୍ତାକାଲି ଘୋଷଣା କରାଯିବ।
କୁଇଜ୍ ଖେଳିବା ପାଇଁ ଆପଣଙ୍କ ଫୋନ୍ରେ ଆମାଜନ୍ ଆପ୍ ଥିବା ଜରୁରୀ। ଆମାଜନ୍ ଆପ୍ରେ ଆପଣଙ୍କୁ ଫନ୍ ସେକ୍ସନକୁ ଯିବାକୁ ହେବ। ଏହାକୁ ଆପଣ ସର୍ଚ ବାର୍ରେ ବି ସର୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ କୁଇଜ୍ ସେକ୍ସନକୁ ଖୋଲିବାକୁ ପଡ଼ିବ।
ତା’ପରେ ଆପଣ କୁଇଜ୍ ଖେଳିପାରିବେ। ଏହି ପ୍ରତିଯୋଗିତାର ଯଦି ଆପଣ ବିଜୟୀ ହେଉଛନ୍ତି ତେବେ ଆପଣଙ୍କୁ ପୁରସ୍କାର ରାଶି ଆମାଜନ୍ ପେ ବାଲାନ୍ସରେ ପ୍ରଦାନ କରାଯିବ।