ଆଜିର ଆମାଜନ୍‌ କ୍ବିଜ୍‌ ପ୍ରତିଯୋଗିତାର ଉତ୍ତର ଜାଣନ୍ତି କି? ଜିତିପାରିବେ ୨୫୦୦ ଟଙ୍କା

ମୁମ୍ବାଇ: ଇ-କମର୍ସ  ସାଇଟ୍‌ ଆମାଜନ୍‌ ତା’ର ଗ୍ରାହକମାନଙ୍କୁ ବାନ୍ଧି ରଖିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛି। ଏପରିକି ଆମାଜନ୍‌ ତା’ର ଗ୍ରାହକମାନଙ୍କୁ ପୁରସ୍କାର ଜିତିବା ପାଇଁ ରୀତିମତ ଭାବେ ସୁଯୋଗ ପ୍ରଦାନ କରୁଛି। ଆଜି  ଆମାଜନ୍‌ରେ ଭାଗ ନେଇ ପ୍ରଶ୍ନର ଉତ୍ତର ଦେଇଥିବା ବିଜେତାଙ୍କର ପୁରସ୍କାର ରାଶି ରହିଛି ୨୫୦୦ ଟଙ୍କା। ଯାହାକୁ ବ୍ୟବହାରକାରୀଙ୍କୁ ଆମାଜନ୍‌ ପେ ବାଲାନ୍ସରେ ମିଳିବ।

ଏହି ପ୍ରତିଯୋଗିତା ଆମାଜନ୍‌ର ମୋବାଇଲ୍‌ ଆପ୍‌ରେ ଉପଲବ୍ଧ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆମାଜନ୍‌ର ଏହି ଡେଲି କ୍ବିଜ୍‌ ସକାଳ ୮ଟାରୁ ରାତି ୧୨ଟା ମଧ୍ୟରେ ହୋଇଥାଏ।

ଇ-କମର୍ସ ସାଇଟ୍‌ ଆମାଜନ୍‌ରେ ପ୍ରତିଦିନ କୁଇଜ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ପ୍ରତି କୁଇଜ୍‌ ପ୍ରତିଯୋଗିତାର ପୁରସ୍କାର ରାଶି ଭିନ୍ନ ହୋଇଥାଏ। ଏହି ପ୍ରତିଯୋଗିତାରେ ୫ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥାଏ। ଯେଉଁମାନେ ଠିକ୍‌ ଉତ୍ତର ଦେଇଥାନ୍ତି ସେମାନଙ୍କୁ ନେଇ ଏକ ଲକି ଡ୍ର ପ୍ରତିଯୋଗିତା କରାଯାଏ। ଲକି ଡ୍ର ମାଧ୍ୟମରେ ବିଜେତା ଚୟନ କରାଯାଏ। ଆଜିର ବିଜେତାଙ୍କ ନାମ ଆସନ୍ତାକାଲି ଘୋଷଣା କରାଯିବ।

କୁଇଜ୍‌ ଖେଳିବା ପାଇଁ ଆପଣଙ୍କ ଫୋନ୍‌ରେ ଆମାଜନ୍‌ ଆପ୍‌ ଥିବା ଜରୁରୀ। ଆମାଜନ୍‌ ଆପ୍‌ରେ ଆପଣଙ୍କୁ ‌ଫନ୍‌ ସେକ୍ସନକୁ ଯିବାକୁ ହେବ। ଏହାକୁ ଆପଣ ସର୍ଚ ବାର୍‌ରେ ବି ସର୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ କୁଇଜ୍‌ ‌ସେକ୍ସନକୁ ଖୋଲିବାକୁ ପଡ଼ିବ।

ତା’ପରେ ଆପଣ କୁଇଜ୍‌ ଖେଳିପାରିବେ। ଏହି ପ୍ରତିଯୋଗିତାର ଯଦି ଆପଣ ବିଜୟୀ ହେଉଛନ୍ତି ତେବେ ଆପଣଙ୍କୁ ପୁରସ୍କାର ରାଶି ଆମାଜନ୍‌ ପେ ବାଲାନ୍ସରେ ପ୍ରଦାନ କରାଯିବ।

ଆଜିର ପ୍ରତିଯୋଗିତା‌ରେ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ହେଉଛି:
୧. ଏଟିପି ରାଙ୍କିଂ ଇତିହାସରେ ସର୍ବକନି‌ଷ୍ଠ ଖେଳାଳି ଚାର୍ଲସ ଅଲ୍‌କାର୍ଜ କାହାର ରେକର୍ଡ ଭଙ୍ଗ କରିଛନ୍ତି?
ଉତ୍ତର: ଲଲିଟନ୍‌ ହେଭିଟ୍‌।
୨. ଆମାଜନ୍‌ ପ୍ରାଇମ୍‌ ୱେବ୍‌ ସିରିଜ୍‌ ‘ହୁସ୍‌ ହୁସ୍‌’ରେ ମୁଖ୍ୟ ଭୂମିକାରେ କେଉଁ ଅଭିନେତ୍ରୀ ଅବତୀର୍ଣ୍ଣ ହୋଇଛନ୍ତି?
ଉତ୍ତର: ଜୁହି ଚାୱଲା।
୩. ପଶ୍ଚିମବଙ୍ଗର କେଉଁ ଅଞ୍ଚଳ ଚା’ ପାଇଁ ପ୍ରସିଦ୍ଧ?
ଛତ୍ତର: ଦାର୍ଜିଲିଂ
୪. ଏହ ଚଢ଼େଇଟି କେଉଁ ଚଢ଼େଇର ଘରୋଉ ଉପଜାତି?
ଉତ୍ତର: ରେଡ୍‌ ଜଙ୍ଗଲ୍‌ ଫୋଲ୍‌।

ସେହିପରି ଶେଷ ପ୍ରଶ୍ନର ଉତ୍ତର ରହିଛି ‘ଗ୍ରୀନ୍‌ଲାଣ୍ଡ’।

ସମ୍ବନ୍ଧିତ ଖବର