ଫୋର୍ବସ ଧନୀ ତାଲିକାର ୧ମ ସ୍ଥାନରେ ଜେଫ ବେଜୋସ, ୬ଷ୍ଠ ସ୍ଥାନରେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ : ଫୋର୍ବସ ବିଶ୍ୱ ଧନୀ ତାଲିକାରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୮୮.୩ ବିଲିୟନ ଡଲାର ରହିଛି । ୨ୟ ସ୍ଥାନରେ ଅଛନ୍ତି ବର୍ନାଡ ଆର୍ନଲ୍ଟ, ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୧୪.୫ ବିଲିୟନ ଡଲାର ରହିଛି । ୩ୟ ସ୍ଥାନରେ ଅଛନ୍ତି ମାଇକ୍ରୋସଫ୍ଟ ମୁଖ୍ୟ ବିଲ ଗେଟ୍ସ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୧୪.୩ ବିଲିୟନ ଡଲାର ରହିଛି । ୪ର୍ଥ ରେ ଅଛନ୍ତି ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୦୧.୭ ବିଲିୟନ ଡଲାର ରହିଛି । ୫ମ ସ୍ଥାନରେ ଅଛନ୍ତି ଓ୍ଵାରେନ ବଫେଟ, ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୮୧.୬ ବିଲିୟନ ଡଲାର ରହିଛି । ଏହି ତାଲିକାର ୬ଷ୍ଠ ସ୍ଥାନରେ ରହିଛନ୍ତି ଭାରତର ମୁକେଶ ଅମ୍ବାନି । ତାଙ୍କର ମୋଟ ସମ୍ପତ୍ତି ପରିମାଣ ୮୧.୧ ବିଲିୟନ ଡଲାରକୁ ବୃଦ୍ଧି ।

କେବଳ ଫୋର୍ବସ ତାଲିକା ନୁହେଁ, ବ୍ଲୁମ୍ବର୍ଗ ବିଲିୟନେର ଇଣ୍ଡେକ୍ସ ଅନୁସାରେ ମଧ୍ୟ ଜେଫ ବେଜୋସ ବିଶ୍ୱର ୧ ନମ୍ବର ଧନୀ ମାନ୍ୟତା ବଜାୟ ରଖିଛନ୍ତି । ତାଙ୍କର ମୋଟ ୧୯୪ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଏହି ତାଲିକାର ୭ମ ସ୍ଥାନରେ ରହିଛନ୍ତି ଭାରତର ମୁକେଶ ଅମ୍ବାନି । ତାଙ୍କର ମୋଟ ସମ୍ପତ୍ତି ପରିମାଣ ୭୯ ବିଲିୟନ ଡଲାରକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର