ଆଜି ହିଁ ହୁଅନ୍ତୁ ଆମାଜନ୍‌ ଡେଲି କୁଇଜ୍‌ର ବିଜେତା; ଜାଣନ୍ତୁ ୫ ପ୍ରଶ୍ନର ଉତ୍ତର କ’ଣ?

ମୁମ୍ବାଇ: ଇ-କମର୍ସ  ସାଇଟ୍‌ ଆମାଜନ୍‌ ତା’ର ଗ୍ରାହକମାନଙ୍କୁ ବାନ୍ଧି ରଖିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛି। ଏପରିକି ଆମାଜନ୍‌ ତା’ର ଗ୍ରାହକମାନଙ୍କୁ ପୁରସ୍କାର ଜିତିବା ପାଇଁ ରୀତିମତ ଭାବେ ସୁଯୋଗ ପ୍ରଦାନ କରୁଛି। ଆଜିର ଅର୍ଥାତ ଜାନୁଆରି ୬ର କୁଇଜ୍‌ ପ୍ରତିଯୋଗିତାର ବିଜେତାଙ୍କ ପାଇଁ ପୁରସ୍କାର ରାଶି ରହିଛି ୫୦୦୦ ଟଙ୍କା ଆମାଜନ୍‌‌ ପେ ବାଲାନ୍ସ। ସାରା ଦେଶର ଗ୍ରାହକ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି।

ତେବେ ଆଜିର ଅମାଜନ୍‌ ପ୍ରତିଯୋଗିତାରେ ଯେଉଁ ପ୍ରଶ୍ନଗୁଡ଼ିକ ପଚରା ଯାଇଛି ତାହାର ଉତ୍ତର ଜାଣନ୍ତି କି? ପ୍ରଥମ ପ୍ରଶ୍ନ ରହିଛି ପୂରା ଶରୀରରେ ରକ୍ତ ପ୍ରେରଣ କରିବାରେ କିଏ ସାହାଯ୍ୟ କରେ। ଏହାର ଉତ୍ତର ‌ହେଉଛି ହୃଦୟ ବା ହାର୍ଟ।

ଦ୍ବିତୀୟ ପ୍ରଶ୍ନ ରହିଛି ସ୍କେଲିଟନ୍‌ ସିଷ୍ଟମ୍‌ର କେଉଁ କେଉଁ ଅଂଶ ମସ୍ତିଷ୍କକୁ ସୁରକ୍ଷା ଦିଏ? ଏହାର ଉତ୍ତର ହେଉଛି ‘ଖପୁରି’।

ତୃତୀୟ ପ୍ରଶ୍ନ ହେଉଛି କେଉଁ ସହରରେ ହେଲ୍‌ଥ୍‌ରୋ ବିମାନବନ୍ଦର ଅବସ୍ଥିତ? ଉତ୍ତର ହେଉଛି ଲଣ୍ଡନ।

ଚତୁର୍ଥ ପ୍ରଶ୍ନ ରହିଛି ଏହି ଚରିତ୍ରଟି କେଉଁ କାଳ୍ପନିକ ୟୁନିଭର୍ସର ଅଂଶ? ଉତ୍ତର ହେଉଛି ମାର୍ବଲ ସିନେମାଟିକ୍‌ ୟୁନିଭର୍ସ।

ପଞ୍ଚମ ବା ଶେଷ ପ୍ରଶ୍ନ ରହିଛି ଏହା କେଉଁ ଦେଶର ପତାକା‌? ଯାହାର ଉତ୍ତର ହେଉଛି ନେପାଳ।

ଇ-କମର୍ସ ସାଇଟ୍‌ ଆମାଜନ୍‌ରେ ପ୍ରତିଦିନ କୁଇଜ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ପ୍ରତି କୁଇଜ୍‌ ପ୍ରତିଯୋଗିତାର ପୁରସ୍କାର ରାଶି ଭିନ୍ନ ହୋଇଥାଏ। ଏହି ପ୍ରତିଯୋଗିତାରେ ୫ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥାଏ। ଯେଉଁମାନେ ଠିକ୍‌ ଉତ୍ତର ଦେଇଥାନ୍ତି ସେମାନଙ୍କୁ ନେଇ ଏକ ଲକି ଡ୍ର ପ୍ରତିଯୋଗିତା କରାଯାଏ। ଲକି ଡ୍ର ମାଧ୍ୟମରେ ବିଜେତା ଚୟନ କରାଯାଏ। ଆଜିର ବିଜେତାଙ୍କ ନାମ ଆସନ୍ତାକାଲି ଘୋଷଣା କରାଯିବ।

ସମ୍ବନ୍ଧିତ ଖବର