ଆମାଜନର ପାର୍ବଣ ଅଫର ‘ବାୟ ନାଓ ଆଣ୍ଡ ପେ ନେକ୍ସଟ ଇୟର’

ନୂଆଦିଲ୍ଲୀ: ଆଗକୁ ପର୍ବଣ ଋତୁ ଆସୁଥିବା ହେତୁ ବଜାରରେ ବିଭିନ୍ନ ପ୍ରକାର ସାମଗ୍ରୀ ରିହାତି ମୂଲ୍ୟରେ ଉପଲବ୍ଧ ହେଉଛି। ଏହି କ୍ରମରେ ଲୋକପ୍ରିୟ ଇ-ସପିଂ ସାଇଟ ଆମାଜନ ମଧ୍ୟ ଏକ ନିଆରା ଅଫରର ଘୋଷଣା କରିଛି । ଏହି ଅଫର ଅନୁସାରେ ଗ୍ରାହକ ଏବେ ଜିନିଷ କିଣି ଆସନ୍ତାବର୍ଷ ଜାନୁୟାରୀ ମାସରେ ଟଙ୍କା ପୈଠ।  ଆମାଜନର ଏହି ଅଫରର ନାମ ହେଲା ‘ବାୟ ନାଓ ଆଣ୍ଡ ପେ ନେକ୍ସଟ ଇୟର’। ତେବେ ଏହି ଅଫର କେବଳ ଏଚଡ଼ିଏଫସି ବ୍ୟାଙ୍କ କ୍ରେର୍ଡ଼ିଟ କାର୍ଡ଼ ଗ୍ରାହକଙ୍କ ପାଇଁ ରହିବ । ଏହି ଅଫର ଅନୁସାରେ ଗ୍ରାହକ ଆମାଜନ ସେଲ ସମୟରେ କିଣାକିଣି କରି ଇନଷ୍ଟୋଲମେଂଟ ଜରିଆରେ ଆଗାମୀ ବର୍ଷ ଟଙ୍କା ପୈଠ କରିବାର ସୁବିଧା ରହିଛି।
ଆମାଜନ ଇଣ୍ଡିଆ କନଜ୍ୟୁମର ଇଲୋକ୍ଟ୍ରୋନିିକ୍ସ ଅଧିକାରୀ ଅରୁଣ ଶ୍ରୀନିବାସନ ସୂଚନା ଦେଇ କହିଛନ୍ତିି, ଅମାଜନ ସେଲର ଏହି ନିଆରା ଅଫର ସେପ୍ଟେଟର ୨୧ରୁ ଆରମ୍ଭ ହେବ, କିନ୍ତୁ ପ୍ରାଇମ ମେମ୍ବରମାନେ ସେପ୍ଟେଟର ୨୦ ରାତି ୧୨ରୁ ଏହି ଅଫରର ଲାଭ ଉଠାଇବା ଆରମ୍ଭ କରିଦେଇଛନ୍ତି ।
ସମ୍ବନ୍ଧିତ ଖବର