ଆମାଜନ୍‌ରେ ଶସ୍ତାରେ ମିଳୁଛି ଏହି ଫୋନ୍‌

ନୂଆଦିଲ୍ଲୀ: ଦୀପାବଳିକୁ ଦୃଷ୍ଟିରେ ରଖି ଆମାଜନ ପୁଣିଥରେ ‘ଦ ଗ୍ରେଟ ଇଣ୍ଡିଆନ ସେଲ’ ଅଫର ଆରମ୍ଭ କରିଛି। ଏହି ଅଫର ଜରିଆରେ ସାମଗ୍ରୀ କିଣିବା ଦ୍ୱାରା ଗ୍ରାହକଙ୍କୁ ଅନେକ ରିହାତି ମିଳିବ। ଆମାଜନରେ ରିହାତି ଛଡ଼ା ଅନ୍ୟନ୍ୟା ଅଫର ବି ରହିଛି। ଆମାଜନରୁ ଜିନିଷ କିଣିବା ସମୟରେ ସିଟି ବ୍ୟାଙ୍କର କ୍ରେଡିଟ କାର୍ଡରେ ଟଙ୍କା ପୈଠ କଲେ ୧୦ପ୍ରତିଶତ କ୍ୟାସବ୍ୟାକ୍‌ ମିଳିବ।

ଏତଦ୍‌ବ୍ୟତୀତ ଆମାଜନର ଆମାଜନ ପେରୁ ଓ୍ଵାଲେଟରେ ପେମେଣ୍ଟ କରିବା ଦ୍ୱାରା ୧୫ପ୍ରତିଶତ କ୍ୟାସବ୍ୟାକ୍‌ ମଧ୍ୟ ମିଳିବ। ଆମାଜନ ପେ ଜରିଆରେ ୪୫୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ମିଳିଥାଏ। ଏଥିସହିତ ଏକ୍ସଚେଞ୍ଜ୍‌ ଅଫର ବି ରହିଛି। ଭିଭୋର ଭି୫ଏସ୍‌ ପ୍ଲାସ ସ୍ମାର୍ଟଫୋନ୍‌ରେ ୫,୦୦୦ଟଙ୍କାର ଅତିରିକ୍ତ ଏକ୍ସଚେଞ୍ଜ୍‌ ସୁବିଧା ବି ଉପଲବ୍ଧ ରହିଛି।

ନିକଟରେ ଲଞ୍ଚ ହୋଇଥିବା ଡୁଆଲ କ୍ୟାମେରା ଥିବା ମୋଟୋ ଜି୫ଏସ ପ୍ଲସ ଉପରେ ୧୦୦୦ଟଙ୍କାର ରିହାତି ମିଳିବା ସହିତ ୧,୦୦୦ଟଙ୍କାର ଅତିରିକ୍ତ ଏକ୍ସଚେଞ୍ଜ ଅଫର ବି ରହିଛି। ଯାହାର ମୂଲ୍ୟ ୧୫,୯୯୯ ଟଙ୍କା। ୯,୪୯୯ ଟଙ୍କାର ରେଡମି ୪ରେ ୫୦୦ଟଙ୍କାର ଅତିରିକ୍ତ ଏକ୍ସଚେଞ୍ଜ ଅଫର ରହିଛି। ସେହିପରି ଲେନୋଭୋ କେ୮ ନୋଟ ଉପରେ ୨,୦୦୦ଟଙ୍କାର ରିହାତି ମିଳିବ। ଏହାକୁ ୧୧,୯୯୯ଟଙ୍କାରେ କ୍ରୟ କରାଯାଇ ପାରିବ। ସ୍ୟାମସଙ୍ଗ ଅନ୍‌ ପ୍ରୋରେ ୬,୦୦୦ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ରହିଛି।

ମାଇକ୍ରୋମ୍ୟାକ୍ସ ନିକଟରେ ଲଞ୍ଚ କରିଥିବା Micromax Canvas Infinityରେ ୭,୦୦୦ଟଙ୍କାର, ଏମଆଇ ମ୍ୟାକ୍ସ ୨ରେ ୯,୦୦୦ର ଏକ୍ସଚେଞ୍ଜ ଅଫର ପାଇ ପାରିବେ। Micromax Canvas Infinityର ମୂଲ୍ୟ ୯,୯୯୯ଟଙ୍କା ରହିଥିବା ବେଳେ ଏମଆଇ ମ୍ୟାକ୍ସ ୨ର ମୂଲ୍ୟ ୧୪,୯୯୯ଟଙ୍କା ରହିଛି।

 

ସମ୍ବନ୍ଧିତ ଖବର