ନୂଆଦିଲ୍ଲୀ: ଲକ୍ଡାଉନ୍ ଅବଧିରେ ଅଣ ଅତ୍ୟାବଶ୍ୟକ ସାମଗ୍ରୀର ବିକ୍ରି ଲାଗି ଅନୁମତି ଦେବା ପାଇଁ ଦେଶର ଦୁଇ ଅଗ୍ରଣୀ ଇ-କମର୍ସ ସଂସ୍ଥା ଆମାଜନ୍ ଓ ଫ୍ଲିପ୍କାର୍ଟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଲକ୍ଡାଉନ୍ର ଅବଧି ଲମ୍ବା ହେଉଥିବାରୁ ଅନେକ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଲୋକମାନଙ୍କୁ ଦରକାର। ଏହି ସବୁ ସାମଗ୍ରୀକୁ ସାମାଜିକ ଦୂରତା ବଜାୟ ରଖି ସୁରକ୍ଷିତ ଭାବେ ଲୋକମାନଙ୍କ ପାଖରେ ପହଞ୍ଚାଇବା ଲାଗି କଂପାନିଗୁଡ଼ିକ ପ୍ରତିଶ୍ରୁତି ଦେଇଛନ୍ତି। ଆମାଜନ୍ ଇଣ୍ଡିଆ ପକ୍ଷରୁ ସରକାରଙ୍କୁ କୁହାଯାଇଛି ଯେ ବିଭିନ୍ନ ସାମଗ୍ରୀର ବିକ୍ରି ଅନୁମତି ଦେଲେ ତାହା କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବିକାକୁ ପୁଣି ଥରେ ଆଗକୁ ବଢ଼ାଇବାରେ ସହାୟକ ହେବ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକ ପାଖରେ ପଡ଼ିରହିଥିବା ସାମଗ୍ରୀଗୁଡ଼ିକୁ ବିକ୍ରି କରିବାରେ ମଧ୍ୟ ଇ-କମର୍ସ କଂପାନି ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ଫ୍ଲିପ୍କାର୍ଟ ତରଫରୁ କୁହାଯାଇଛି। ବର୍ତ୍ତମାନ ଇ-କମର୍ସ ସାଇଟ୍ରେ କେବଳ ଖାଦ୍ୟ ସାମଗ୍ରୀ, ମେଡିକାଲ୍ ଉପକରଣ, ଔଷଧ ଆଦି ବିକ୍ରି ହେଉଛି। ଏହା ବ୍ୟତୀତ ଅନ୍ୟ ସବୁ ପ୍ରକାର ସାମଗ୍ରୀର ବିକ୍ରି ଉପରେ କଟକଣା ଲଗାଯାଇଛି।
ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଅନୁମତି ଲୋଡ଼ିଲେ ଆମାଜନ୍, ଫ୍ଲିପ୍କାର୍ଟ
/sambad/media/post_attachments/wp-content/uploads/2019/05/amazon-prime-day.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)