ଏହି ସବୁ ସହରରେ ଆମାଜନ୍‌ ଫ୍ରେସ୍‌ ଯୋଗାଇ ଦେଉଛି ତାଜା ତାଜା ଆମ୍ବ

ମୁମ୍ବାଇ: ଗରମ ଦିନରେ ଆମ୍ବଠାରୁ ଭଲ ଫଳ ଆଉ କ’ଣ ହୋଇପାରେ! ଆମ୍ଭ ଖାଇବାକୁ କାହାକୁ ବା ଭଲନଲାଗେ? ଆମ୍ଭ ଖାଇବାକୁ ଲୋକେ ଉଚ୍ଚ ରକମର ଟଙ୍କା ଦେବାକୁ ବି ପଛାନ୍ତି ନାହିଁ। ଇ-କମର୍ସ ସାଇଟ୍‌ ଆମାଜନ୍‌ରେ ଏବେ ବିଭିନ୍ନ ରକମର ଆମ୍ବ ଉପଲବ୍ଧ। ଆମାଜନ୍‌ ଫ୍ରେସ୍‌ରେ ସଫେଦା, ବାଇଗଣପଲ୍ଲୀ, ବାଦାମୀ, ସିନ୍ଦୂରା, ଥୋଟାପୁରୀ ଆଦି ଉପଲବ୍ଦ ଅଛି। ଗ୍ରାହକମାନେ ସେମାନଙ୍କ ମନ ପସନ୍ଦର ଆମ୍ବ ବରାଦ କରିପାରି‌ବେ। ସବୁଠାରୁ ଭଲ କଥା ହେଉଛି, ଏହି ଆମ୍ବ ବରାଦ ଦେବାର ମାତ୍ର ୨ ରୁ ୩ ଘଣ୍ଟା ଭିତରେ ଘ‌ରେ ପହଞ୍ଚିବ।

ଆମାଜନ୍‌ର ଏହି ସେଲ୍‌ ଏବେ ଚଳିତବର୍ଷ ମେ ମାସ ପର୍ଯ୍ୟନ୍ତ ଚାଲିବ। କମ୍ପାନି ପକ୍ଷରୁ କୁହାଯାଇଛି କି ଗ୍ର‌ାହକଙ୍କୁ ଉଚ୍ଚ ଗୁଣବତ୍ତା ଓ ସତେଜ ଆମ୍ବ ପ୍ରଦାନ କରାଯାଉଛି। କଲିକତାର ଗ୍ରାହକମାନେ ଆମାଜନ୍‌ରୁ ଗୁଲାବଖାସ୍‌ ଓ ପରକୁଲମନ ଆମ୍ବ କିଣିପାରିବେ। ଖାଲି ସେତିକି ନୁହେଁ, ଗ୍ରାହକ ଚାହିଁଲେ ଆମାଜନ୍‌ର କଲେକ୍ସନ ସେଣ୍ଟର୍‌ରୁ ମଧ୍ୟ ଆମ୍ବ କିଣିପାରିବେ।

ଏଥିରେ ଗ୍ରାହକଙ୍କୁ ରିହାତି ବି ମିଳୁଛି। ଗ୍ରାହକଙ୍କୁ ୧୦ ପ୍ରତିଶତ ଅତିରିକ୍ତ ରିହାତି ସହ କ୍ୟାସ୍‌ବ୍ୟାକ୍‌ ଓ ରିୱାର୍ଡସ ଆଦି ସୁବିଧା ବି ମିଳୁଛି। ବେଙ୍ଗାଲୁର, ଦିଲ୍ଲୀ, ଫରିଦାବାଦ୍‌, ଗୁରୁଗ୍ରାମ, ଗାଜିଆବାଦ୍‌, ନୋଇଡ଼ା, ଅହମ୍ମଦାବାଦ୍‌, ମୈଶୂର, ଜୟପୁର, ମୁମ୍ବାଇ, ହାଇଦ୍ରାବାଦ୍‌, ଚେନ୍ନାଇ, ପୁଣେ କୋଲକାତା ପରି ୧୫ରୁ ଊର୍ଧ୍ବ ସହରରେ ଗ୍ରାହକଙ୍କୁ ଉଚ୍ଚ ଗୁଣବତ୍ତା ଓ ତାଜା ଆମ୍ଭ ଯୋଗାଇ ଦେଉଛି ଆମାଜନ୍‌।

ସମ୍ବନ୍ଧିତ ଖବର