ନୂଆଦିଲ୍ଳୀ: ଆମାଜନରେ ପ୍ରତିଦିନ କିଛିନା କିଛି ଅଫର ଚାଲିଥାଏ। ନିକଟରେ ଆମାଜନ ସେଲ ଶେଷ ହୋଇଛି। କିନ୍ତୁ ଏଠାରେ ଡିଲ ଅଫ ଦ ଡେ ଓ ଫ୍ରେସ ଡିଲ୍ସ ରହିଛି। ଯଦି ଆପଣ ରାସନ କିଣିବାକୁ ଚାହୁଁଛନ୍ତି ତେବେ ଏହି ଅଫର ଆପଣଙ୍କ ଅପେକ୍ଷା କରୁଛି, ତେବେ ଆଜି ହେଉଛି ଉପଯୁକ୍ତ ସୁଯୋଗ । ଆମାଜନରେ ରାସନ ସାମଗ୍ରୀ ଉପରେ ଜବରଦସ୍ତ ରିହାତି ଦିଆଯାଉଛି । ଯେମିତିକି ଟମାଟୋ ଏବଂ ଚିନି ଆଜି ଫ୍ରେସ୍ ଡିଲ୍ ତଥା ୧ଟଙ୍କାରେ ରହିଛି । ଆଜି ଟମାଟୋ ଏବଂ ଚିନିକୁ ବହୁତ ଶସ୍ତା ମୂଲ୍ୟରେ କିଣାଯାଇପାରିବ ।
ଅଧା କିଲୋ ଟମାଟୋର ମୂଲ୍ୟ ୪୫ ଟଙ୍କା, କିନ୍ତୁ ଆଜି ଟମାଟୋ ଉପରେ ୯୭%ର ରିହାତି ଦିଆଯାଉଛି। ଅର୍ଥାତ୍ ଅଧା କିଲୋ ଟମାଟୋକୁ ୧ ଟଙ୍କା ମୂଲ୍ୟରେ କିଣାଯାଇପାରିବ । ଏହି ଅଫରରେ ଆପଣ କେବଳ ଅଧା କିଲୋ ଟମାଟୋ କିଣିବାକୁ ହେବ। ଅନ୍ୟପଟେ ଆମାଜନ୍ ବ୍ରାଣ୍ଡ ବେଦାକାର ଏକ କିଲୋଗ୍ରାମ ଚିନି ପ୍ୟାକେଟ୍ ମାତ୍ର ୧ ଟଙ୍କାରେ କିଣାଯାଇପାରିବ। ଚିନିର ମୂଲ୍ୟ ୭୦ ଟଙ୍କା ବୋଲି କୁହାଯାଉଥିବା ବେଳେ, ଏହା ୯୮% ରିହାତି ମିଳୁଛି।
କେବଳ ଏତିକି ନୁହେଁ, ୧୦କିଲୋଗ୍ରାମ ଆର୍ଶୀବାଦ ଅଟାର ମୂଲ୍ୟ ୩୭୫ ଅଟେ କିନ୍ତୁ ଏହାକୁ ଅଫରରେ ୩୪୯ ଟଙ୍କାରେ କିଣାଯାଇପାରିବ। ଏହା ବ୍ୟତୀତ ଅନ୍ୟ ଜିନିଷଗୁଡ଼ିକ ଉପରେ ୪୦% ଅଫର ଦିଆ ଯାଉଥିବା ବେଳେ ଚିପ୍ସ ଏବଂ ସ୍ନାକ୍ସରେ ୨୦% ରିହାତି ଦିଆ ଯାଉଛି ।