ଘୋଷଣା ହେଲା ଆମାଜନ୍‌ର ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ସେଲ୍‌, ଏହି ସବୁ ସାମଗ୍ରୀ ଉପରେ ବିଶେଷ ରିହାତି

ମୁମ୍ବାଇ: ଆଗାମୀ ଦଶହରା ଅବସରରେ ସେପ୍ଟେମ୍ବର ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆମାଜନ୍‌ର ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ସେଲ୍‌। ଏହି ମେଗା ସେଲ୍‌ରେ ସ୍ମାର୍ଟଫୋନ୍‌, କନ୍‌ଜ୍ୟୁମର୍‌ ଇଲେକ୍ଟ୍ରୋନିକ୍ସ, ଫେସନ୍‌, ରୋଷେଇଘର ସାମଗ୍ରୀ, ଟିଭି ଓ ତେଜରାତି ଆଦିରେ ବିଶେଷ ରିହାତି ମିଳିବ। ଫ୍ଲାଟ୍‌ ଡିସ୍‌କାଉଣ୍ଟ୍‌କୁ ବାଦ୍‌ ଦେବା ପରେ ଆମାଜନ୍‌ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡ ଉପରେ ୧୦ ପ୍ରତିଶତ ଅତିରିକ୍ତ ରିହାତି ପ୍ରଦ‌ାନ କରିବ। ଏହାଛଡ଼ା କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡ ଉପରେ ନୋ-କଷ୍ଟ୍‌-ଇଏମ୍‌ଆଇ ବି ମିଳିବ।

ଆାମାଜନ୍‌ ତା’ର ଏହି ସେଲ୍‌ରେ ଆଇଫୋନ୍‌ ୧୩ ଉପରେ ବିଶେଷ ରିହାତି ପ୍ରଦାନ କରିବ। ନିକଟରେ ଆପେଲ୍‌ ଆଇଫୋନ୍‌ ୧୪ ଲଞ୍ଚ୍‌ କରିସାରିଛି। ତେଣୁ ଆଇଫୋନ୍‌ ୧୩ର ଦର ହ୍ରାସ ପାଇବ ବୋଲି ଗ୍ରାହକଙ୍କ ମନରେ ଆଶା ରହିବା ସ୍ବାଭାବିକ। ଜାଣିବାକୁ ମିଳିଛି ଯେ ଆଇଫୋନ୍‌ ୧୩ର ଦର ୫୩୦୦୦ ଟଙ୍କାରୁ ୫୪୦୦୦ ଟଙ୍କା ମଧ୍ୟରେ ରହିବ।

ଏହାଛଡ଼ା ଆମାଜନ୍‌ ରିୟଲ୍‌ମି, ସାଓମି ଓ ୱାନ୍‌ ପ୍ଲସ୍‌ ମୋବାଇଲ୍‌ ଉପରେ ବି ବିଶେଷ ରିହାତି ପ୍ରଦାନ କରିବ। ନୂଆ ଲଞ୍ଚ୍‌ ହୋଇଥିବା କିଛି ଫୋନ୍‌ ଉପରେ ବି ଆମାଜନ୍‌ ରିହାତି ପ୍ରଦାନ କରିବ ବୋଲି ଶୁଣିବାକୁ ମିଳିଛି। ଗାଲାକ୍ସି ଫୋଲ୍ଡ୍‌ ସିରିଜ୍‌ ଓ ରେଡ୍‌ମି ପ୍ରାଇମ୍‌ ୧୧ ୫ଜି ଉପରେ ବି ଗ୍ରାହକଙ୍କୁ ରିହାତି ମିଳିବ ବୋଲି ସୂଚନା ରହିଛି। ସେହିପରି ସାମ୍‌ସଙ୍ଗ୍‌ ଗାଲାକ୍ସି ଏମ୍‌୩୨ ୫ଜିର ଦର ୧୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କା ମଧ୍ୟରେ ରହିବ।

ସମ୍ବନ୍ଧିତ ଖବର