ଆରମ୍ଭ ହେଲା ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ ୨୦୨୦: ମୋବାଇଲ୍‌ ଫୋନ୍‌ରେ ରହିଛି ଆକର୍ଷଣୀୟ ଅଫର୍‌

ନୂଆଦିଲ୍ଲୀ: ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ ୨୦୨୦ର ଶୁଭାରମ୍ଭ ହୋଇସାରିଛି। ଚଳିତ ବର୍ଷ ଏହି ସେଲ୍‌ ଜାନୁଆରି ୨୨, ୨୦୨୦ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏହି ସେଲ୍‌ରେ ମୋବାଇଲ୍‌ ଫୋନ୍‌, ଲାପଟପ୍‌, ଟିଭି ଆଦିରେ ଭଲ ଅଫର୍‌ ମିଳୁଥିବା ଜଣା ପଡ଼ିଛି। ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ ୨୦୨୦ ଚଳିତବର୍ଷ ଆମାଜନର ଏକ ବଡ଼ ସେଲ୍‌ ହୋଇଥିବା ବେଳେ ଆମାଜନ୍‌ ପୂର୍ବରୁ ହିଁ ଅନେକ ସ୍ମାର୍ଟଫୋନ୍‌ ଉପରେ ମିଳିବାକୁ ଥିବା ରିହାତି ଉପରେ ସୂଚନା ଦେଇସାରିଥିଲା। ଏହି ସେଲରେ ଆମାଜନ୍‌ ଏସବିଆଇ ବ୍ୟାଙ୍କ ସହ ମିଶି ଗ୍ରାହକଙ୍କୁ ୧୦ପ୍ରତିଶତ ରିହାତି ଦେବାର ବ୍ୟବସ୍ଥା କରିଛି। ତେବେ ଆମାଜନର ଏହି ସେଲର ଜବାବରେ ଫ୍ଲିପକାର୍ଟ ଅନଲାଇନ୍‌ ସପିଙ୍ଗ୍‌ ସାଇଟ୍‌ ମଧ୍ୟ ରିପବ୍ଲିକ୍‌ ସେଲ୍‌ ୨୦୨୦ର ଆୟୋଜନ କରିଛି।

ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ ୨୦୨୦ର ଲୋକପ୍ରିୟ ସ୍ମାର୍ଟଫୋନ୍‌ରେ ୪୦ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି। ସ୍ମାର୍ଟଫୋନ୍‌ କାଟେଗୋରୀରେ ସେଲ୍‌ର ମୁଖ୍ୟ ଆକର୍ଷଣ ହେଉଛି ୱାନ୍‌ ପ୍ଲସ୍‌ ୭ଟି। ଆମାଜନ୍‌ ସେଲ୍‌ରେ ଏହି ଫୋନ୍‌ ୩୪,୯୯୯ଟଙ୍କା (ଏମଆରପି ମୂଲ୍ୟ ୩୭,୯୯୯ )ରେ ମିଳୁଛି। ଏହାଛଡା ଏମଆଇର ଲୋକପ୍ରିୟ ମୋବାଇଲ୍‌ ଫୋନ୍‌ ରେଡମି ନୋଟ୍‌ ୮ପ୍ରୋ ପ୍ରଥମ ଥର ପାଇଁ ରିହାତି ଦେଉଛି। ଏହି ଫୋନର  ମାର୍କେଟ ଦାମ୍ ୧୪,୯୯୯ଟଙ୍କା ଥିବା ବେଳେ ଆମାଜନ ସେଲରେ ଏହା ୧୩,୯୯୯ଟଙ୍କାରେ ବିକ୍ରି ହେଉଛି। ସାମସଙ୍ଗ୍‌ ଗାଲାକ୍ସି ଏମ୩୦ସ୍‌ର ଦାମ୍‌ ୧୩,୯୯୯ଟଙ୍କା ଥିବା ବେଳେ ଆମାଜନ ସେଲରେ ଏହାକୁ ୧୨,୯୯୯ଟଙ୍କାରେ ବିକ୍ରି କରାଯାଉଛି। ସେହିଭଳି ଭିଭୋ ୟୁ୨୦ର ଦାମ୍‌ ୧୧,୯୯୦ ଟଙ୍କା ଥିବାବେଳେ ଏହାକୁ ୯,୯୯୯ଟଙ୍କାରେ ବିକ୍ରି କରାଯାଉଛି।

ସମ୍ବନ୍ଧିତ ଖବର