ଆମାଜନ ସୃଷ୍ଟି କରିଛି ୧୧.୬ ଲକ୍ଷରୁ ଅଧିକ ନିଯୁକ୍ତି

ବେଙ୍ଗାଲୁରୁ: ଆମାଜନ ଇଣ୍ଡିଆ ଦେଶରେ ୧୧ ଲକ୍ଷ ୬୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବା ଦାବି କରିଛି। କଂପାନି ପକ୍ଷରୁ କୁହାଯାଇଛି ଯେ ଗତବର୍ଷ ଏହା ୧,୩୫,୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି। ୨୦୨୫ ସୁଦ୍ଧା କଂପାନି ଦ୍ବାରା ସୃଷ୍ଟି ହେବାକୁ ଥିବା ନିଯୁକ୍ତି ସଂଖ୍ୟା ୨୦ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଇଛି। କେବଳ ନିଯୁକ୍ତି ନୁହେଁ ଏହା ୪୦ ଲକ୍ଷରୁ ଅଧିକ ଏମ୍ଏସ୍‌ଏମ୍ଇକୁ ଡିଜିଟାଲ୍ କ୍ଷେତ୍ରରେ ସଶକ୍ତ କରିବାରେ ସହାୟକ ହୋଇଛି। ଆଇଟି, ଇ-କମର୍ସ, ଲଜିଷ୍ଟିକ୍ସ, ମାନୁଫାକ୍‌ଚରିଂ, ବିଷୟବସ୍ତୁତ ସୃଷ୍ଟି ଓ ଦକ୍ଷତା ବିକାଶ ଆଦି କ୍ଷେତ୍ରରେ କଂପାନି ଅଧିକ ନିଯୁକ୍ତି ସୃଷ୍ଟି କରିଥିବା ଜଣାଇଛି।

ସମ୍ବନ୍ଧିତ ଖବର