ମୁମ୍ବାଇ: ଇ-କମର୍ସ ସାଇଟ୍ ଆମାଜନ୍ ନୂଆ ଫିଚର୍ ଜାରି କରିଛି। ଏହି ଫିିଚର୍ ଜରିଆରେ ଆପଣ ସାମଗ୍ରୀକୁ କିଣିବା ପୂର୍ବରୁ ତାକୁ ଭର୍ଚୁଆଲି ପିନ୍ଧିକରି ଦେଖିପାରିବେ। ଗ୍ରାହକ ଆଇଓଏସ୍ ଆମାଜନ୍ ଆପ୍ ଜରିଆରେ ଜୋତା କିଣିବା ପୂର୍ବରୁ ତାହକୁ ନିଜ ପାଦରେ ରଖି ଦେଖିପାରିବେ ଯେ ଜୋତାଟି ତାଙ୍କ ପାଦରେ କିପରି ଲାଗୁଛି।
ଏହି ସେବା ଏବେ ଆମେରିକା ଓ କନ୍ନଡ ବ୍ୟବହାରକାରୀଙ୍କ ସକାଶେ ଜାରି କରାଯାଇଛି। ଆମାଜନ୍ ଫ୍ୟାସନ ‘ଭର୍ଚୁଆଲ୍ ଟ୍ରାଏ ଅନ୍ ଫର୍ ସୁ’ ଲଞ୍ଚ୍ କରିଛି। ଏହି ଫିଚର ଜରିଆରେ ବ୍ୟବହାରକାରୀ ଜାଣିପାରିବେ ଯେ ଜୋତାଟି ତାଙ୍କ ପାଦ ଉପରେ କିପରି ଲାଗୁଛି।
ଗ୍ରାହକ ସବୁ ପଟରୁ ତାହାକୁ ଚେକ୍ କରି ଦେଖିପାରିବେ। ନିୟୁ ବାଲାନ୍ସ, ଆଡିଡାସ୍, ରିବୋକ୍, ପୁମା, ଆକ୍ସିସ ଆଦି ବ୍ରାଣ୍ଡ୍ର ଜୋତା କିଣିବା ବେଳେ ଗ୍ରାହକ ଏହି ସୁବିଧାର ଲାଭ ଉଠାଇ ପାରିବେ।
ଆମାଜନ୍ ସପିଂ ଆପ୍ରେ ୟୁଜ୍ ଚୟନ କରିବା ପରେ ଗ୍ରାହକଙ୍କୁ ‘ଭଚୁର୍ଆଲ୍ ଟ୍ରାଏ ଅନ୍ ଫର୍ ସୁଜ୍’ ବଟନ୍ରେ କ୍ଲିକ୍ କରିବାକୁ ହେବ। ଏହାପରେ ଗ୍ରାହକଙ୍କୁ ପ୍ରଡକ୍ଟ ଡିଟେଲ୍କୁ ଯିବାକୁ ହେବ। ଏହା ପରେ ଫୋନ୍ କ୍ୟାମେରାକୁ ନିଜ ପାଦ ଆଡ଼େ ନେବାକୁ ହେବ। ତା’ପରେ ଗ୍ରାହକ ଦେଖିପାରିବେ ଯେ ଜୋତା ତାଙ୍କ ଗୋଡ଼ରେ କିପରି ଲାଗୁଛି। ବିଭିନ୍ନ ପଟକୁ ପାଦ ବୁଲାଇ ଗ୍ରାହକ ସବୁ ଆଡୁ ଜୋତାକୁ ଦେଖିପାରିବେ।
କେବଳ ସେତିକି ନୁହେଁ, ଟ୍ରାଏ ସମୟର ଫଟୋକୁ ସୋସିଆଲ୍ ମିଡିଆ ବନ୍ଧୁଙ୍କ ସହ ସେୟାର୍ କରିବାର ଅପ୍ସନ୍ ବି ରହିବ। ଯାହାଫଳରେ ଜୋତାଟି ଆପଣଙ୍କ ପାଦରେ କିପରି ଲାଗୁଛି ତାହା ପାଇଁ ପରାମର୍ଶ ବି ପାଇଯିବେ।