ବାଙ୍ଗାଲୋର : ଅଗ୍ରଣୀ ଅନଲାଇନ୍ ସପିଂ ସଂସ୍ଥା ଆମାଜନ୍ ଇଣ୍ଡିଆ ପକ୍ଷରୁ ଏହାର ପ୍ରାଇମ୍ ସଦସ୍ୟଙ୍କ ପାଇଁ ପ୍ରାଇମ୍ ଡେ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ୨୦୧୮ ଜୁଲାଇ ୧୬ ମଧ୍ୟାହ୍ନରୁ ଜୁଲାଇ ୧୭ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ୩୬ ଘଣ୍ଟା ପାଇଁ ଉପଲବ୍ଧ ହେବ। ଏହି ଅବସରରେ ୨୦୦ରୁ ଅଧିକ ନୂଆ ଉତ୍ପାଦର ବଜାର ପ୍ରବେଶ କରାଯିବ। ସେସବୁ ବ୍ରାଣ୍ଡ୍ ମଧ୍ୟରେ ୱାନପ୍ଲସ୍, ନେସଲେ ସେନ୍ ପ୍ଲସ୍, ମାର୍କସ୍ ଆଣ୍ଡ୍ ସ୍ପେନସର୍, ବୁସ୍କ୍, ଏଚପି, ଏସର, ଗ୍ୟାପ୍, ଆସିକ୍ସ୍ ଆଦି ରହିଛି। ଏହି ଅବସରରେ ଆମାଜନ ଇକୋର ଫାୟାର ଟିଭି ଷ୍ଟିକ୍, ଅଲ୍ ନିୟୁ କାଇଣ୍ଡଲେ, କାଇଣ୍ଡଲେ ଓଏସିସ୍, କାଇଣ୍ଡଲେ ପେପର ହ୍ଵାଇଟ୍ ଆଦି ଉପଲବ୍ଧ ହେବ। ସହେିପରି ୭ ନୂଆ ପ୍ରାଇମ୍ ଭିଡ଼ିଓ ଉପଲବ୍ଧ ହେବ। ଏହି ଅବସରରେ ପ୍ରାଇମ୍ ସଦସ୍ୟଙ୍କୁ ବେଙ୍ଗାଲୁର୍, ଦିଲ୍ଲୀ ଏନସିଆର୍, ମୁମ୍ବାଇ ଏବଂ ହାଇଦ୍ରାବାଦ୍ ଆଦିସ୍ଥାନରେ ୨ ଘଣ୍ଟା ମଧ୍ୟରେ ସାମଗ୍ରୀ ଡେଲିଭରୀ କରାଯିବ। ଏଚଡିଏଫସି ବ୍ୟାଙ୍କ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାର କରିଥିବା ସଦସ୍ୟଙ୍କୁ ୧୦ ପ୍ରତିଶତ ରିହାତି ପ୍ରଦାନ କରାଯିବ। ସେହିପରି ଆମାଜନ ପେ ବାଲାନ୍ସ ବ୍ୟବହାର କରିଥିବା ଗ୍ରାହକଙ୍କୁ ୧୦ ପ୍ରତିଶତ ରିହାତି ଯୋଗାଇ ଦିଆଯିବ। ସେହିପରି ମୋବାଇଲ୍ ଏବଂ ଅନ୍ୟ ଆପଲାଏନ୍ସ୍ରେ ଏକ୍ସଚେ୍ ଅଫର ସହିତ ୮୦୦୦ ରୁ ଅଧିକ ଉତ୍ପାଦ ଉପରେ ନୋ କଷ୍ଟ ଇଏମ୍ଆଇ ଉପଲବ୍ଧ ହେବ। ପ୍ରଥମ କରି ମୁମ୍ବାଇ, ଦିଲ୍ଲୀ ଏନସିଆର୍, ବେଙ୍ଗାଲୁର୍, ଚେନ୍ନାଇ ଏବଂ କୋଲକତାଠାରେ ଥିବା ଭଚ୍ୟୁଆଲ୍ ରିଅଲିଟି ମଲ୍ରେ ଶ୍ରେଷ୍ଠ ବ୍ରାଣ୍ଡ୍ର ବଜାର ପ୍ରବେଶ ହେବ। ଏହି ଯୋଜନାରେ ହିନ୍ଦୀ, ତାମିଲ୍, ତେଲୁଗୁ, ପାବୀ, ମାଲାୟଲମ୍, ଗୁଜୁରାଟୀ, ରାଜସ୍ଥାନୀ, ବଙ୍ଗାଳୀ ଆଦି ୭ଟି ଭାଷା ସହିତ ଆସାମୀ ଏବଂ ଓଡ଼ିଆ ଭାଷାର ପ୍ରାଇମ୍ ମ୍ୟୁଜିକ୍ର ବଜାର ପ୍ରବେଶ ହେବ। ଏହା ଦ୍ୱାରା ବିଶ୍ୱ ବ୍ୟାପି ୧୭ଟି ଦେଶର ୧୦୦ ନିୟୁତରୁ ଅଧିକ ପ୍ରାଇମ୍ ସଦସ୍ୟ ବେଶ୍ ଉପକୃତ ହୋଇପାରିବେ। ଏହି ଅବସରରେ ପୁରୁଷଙ୍କ ଆପେରାଲ ମଧ୍ୟରେ ଆରଥୁର ହାର୍ଭେ, ହୋଲ୍ ସ୍ପାଇସ୍, ସୋଲିମୋ ଆଦିର ବଜାର ପ୍ରବେଶ ହେବ। ଚଳିତ ବର୍ଷ ମୋବାଇଲ୍, ଟିଭି, ଲ୍ୟାପଟପ୍, ଆପଲାଏନ୍ସ୍, ଫେଶନ ଆଦି ପକେଟକୁ ସୁହାଇଲା ଭଳି ମୂଲ୍ୟରେ ଯୋଗାଇ ଦିଆଯିବ।
ଆମାଜନ୍ ଇଣ୍ଡିଆ ପକ୍ଷରୁ ପ୍ରାଇମ୍ ସଦସ୍ୟଙ୍କ ପାଇଁ ୩୬ ଘଣ୍ଟିଆ ପ୍ରାଇମ୍ ଡେ ଯୋଜନା
/sambad/media/post_attachments/wp-content/uploads/2018/06/amazon.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)