ମୁମ୍ବାଇ: ନୂଆ ସ୍ମାର୍ଟଫୋନ୍ କିଣିବାର ବନ୍ଦୋବସ୍ତ କରୁଛନ୍ତି କି? ଇ-କମର୍ସ ସାଇଟ୍ ଆମାଜନ୍ରେ ଆଜିଠାରୁ ସେଲ୍ ଆରମ୍ଭ ହେବାକୁ ଯାଉଛି। ଆପଣ ଜାଣିଥିବେ ନିଶ୍ଚୟ ଯେ ଆମାଜନ୍ର ପ୍ରାଇମ୍ ଡେ ସେଲ୍ ଆରମ୍ଭ ହେବାକୁ ଯାଉଛି। ଏହି ସେଲ୍ରେ ଆପଣଙ୍କୁ ସେଲ୍ଫୋନ୍ ଉପରେ ବମ୍ପର୍ ଅଫର୍ ମିଳିବ। ଏହି ସେଲ୍ରେ ୱାନ୍ପ୍ଲସ୍, ସାମ୍ସଙ୍ଗ୍, ରେଡ୍ମିି ପରି ଅନ୍ୟ କିଛି ହ୍ୟାଣ୍ଡ୍ ସେଟ୍ ଉପରେ ୫୦ ପ୍ରତିିଶତ ଅଫର୍ ମିଳିବ।
ଏହି ଅଫର୍ ମାତ୍ର ୨ ଦିନ ପାଇଁ ରହିବ। ଜୁଲାଇ ୨୩ରୁ ଜୁଲାଇ ୨୪ ତାରିଖ ମଧ୍ୟରେ ଆପଣ ଏହି ଅଫରର ମଜା ନେଇପାରିବେ। ଏହି ସେଲ୍ରେ ଆପଣ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତିରେ ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଫୋନ୍ ସଂପର୍କିତ ସାମଗ୍ରୀ କିଣିପାରିବେ।
ଏହାଛଡ଼ା ଯଦି ଆପଣ ଆଇସିଆଇସି ବ୍ୟାଙ୍କର କ୍ରେଡିଟ୍ କାର୍ଡରେ ମୋବାଇଲ୍ କିଣୁଛନ୍ତି ତ ଆପଣଙ୍କୁ ଅତିରିକ୍ତ ୧୦ ପ୍ରତିଶତ ରିହାତି ମିଳିବ। ଗ୍ରାହକଙ୍କୁ ବୋନସ୍ ଓ କୁପନ୍ ଡିସ୍କାଉଣ୍ଟ୍ ବି ମିଳିବ ଏହି ଅଫର୍ରେ।
ଆମାଜନ୍ ଦେଉଥିବା ଆଉ ଏକ ସୁବିଧା ଆପଣ ଜାଣିଥିବେ ନିଶ୍ଚୟ। କମ୍ପାନି ପ୍ରତିଦିନ ଗ୍ରାହକମାନଙ୍କ ପାଇଁ ଏକ କୁଇଜ୍ ପ୍ରତିଯୋଗିତା କରୁଛି। ଇ-କମର୍ସ ସାଇଟ୍ ଆମାଜନ୍ ତା’ର ଗ୍ରାହକମାନଙ୍କୁ ବାନ୍ଧି ରଖିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛି। ଏପରିକି ଆମାଜନ୍ ତା’ର ଗ୍ରାହକମାନଙ୍କୁ ପୁରସ୍କାର ଜିତିବା ପାଇଁ ରୀତିମତ ଭାବେ ସୁଯୋଗ ପ୍ରଦାନ କରୁଛି। ଆମାଜନ୍ କୁଇଜ୍ ପ୍ରତିଯୋଗିତା ଜରିଆରେ ଆପଣ ୫ଟି ପ୍ରଶ୍ନର ଉତ୍ତର ଦେଇ ଆକର୍ଷଣୀୟ ପୁରସ୍କାର ଜିତିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/1ce79a10-1ca5-4d81-b141-c9a7b7cf2a6f.jpg)