ଆମାଜନ୍‌ ମାଲିକଙ୍କ ଆୟ ଘଣ୍ଟାକୁ ୩୨ କୋଟି

ନୂଆଦିଲ୍ଲୀ: ଆମାଜନ୍‌ର ମାଲିକ ଜେଫ୍‌ ବେଜୋସ୍‌ ହେଉଛନ୍ତି ଦୁନିଆର ସବୁଠୁ ଧନୀ ବ୍ୟକ୍ତି। ସେ ଘଣ୍ଟାକୁ ୩୨ କୋଟି ଟଙ୍କା ଆୟ କରୁଛନ୍ତି। ବିଶ୍ୱର ଦ୍ୱିତୀୟ କଂପାନି ଭାବେ ଏକ ଟ୍ରିଲିଅନ୍‌ ଡଲାର କ୍ଲବ୍‌ରେ ଆମାଜନ୍‌ ପ୍ରବେଶ କରିବା ପରେ ବେଜୋସ୍‌ଙ୍କ ସମ୍ପତ୍ତି ପରିମାଣ ୧୬୬ ବିଲିଅନ୍‌ ଡଲାରକୁ ବୃଦ୍ଧି ପାଇଛି। ଏଥି ସହିତ ସେ ପୁଣି ଥରେ ଦୁନିଆର ଶ୍ରେଷ୍ଠ ଧନୀ ମୁକୁଟ ହାସଲ କରିଛନ୍ତି। ଘର ଭିତରେ ଥିବା ଏକ ଗ୍ୟାରେଜ୍‌ରୁ ଆରମ୍ଭ ହୋଇଥିବା ଆମାଜନ୍‌ ଏବେ ବୃହତ ସାମ୍ରାଜ୍ୟରେ ପରିଣତ ହୋଇଛି। ଇ-କମର୍ସ ବଜାରରେ ଦେଖାଦେଇଥିବା ଅଭିବୃଦ୍ଧି ଯୋଗୁ ବେଜୋସ୍‌ଙ୍କ ସମ୍ପତ୍ତି ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହିପରି ଫେସ୍‌ବୁକ୍‌ର ମାଲିକ ମାର୍କ ଜୁକରବର୍ଗଙ୍କ ଘଣ୍ଟା ପିଛା ଆୟ ହେଉଛି ୧୨ କୋଟି ଟଙ୍କା। ବିଶ୍ୱର ସର୍ବବୃହତ ଖୁଚୁରା ଷ୍ଟୋର୍‌ ଓ୍ଵାଲ୍‌ମାର୍ଟର ମାଲିକଙ୍କ ଝିଅ ଏଲିସ୍‌ ଓ୍ଵାଲ୍‌ଟନ୍‌ ହେଉଛନ୍ତି ଦୁନିଆର ସବୁଠୁ ଧନୀ ମହିଳା। ତାଙ୍କର ଘଣ୍ଟା ପିଛା ଆୟ ହେଉଛି ୧୦ କୋଟି ଟଙ୍କା। ଗୁଗୁଲ୍‌ର ସହ ପ୍ରତିଷ୍ଠାତା ଲାରି ପେଜ୍‌ ଘଣ୍ଟା ୬ କୋଟି ୬୧ ଲକ୍ଷ ଟଙ୍କା ଆୟ କରୁଛନ୍ତି। ବିଶ୍ୱର ଅଗ୍ରଣୀ ଇଲେକ୍ଟ୍ରିକ୍‌ କାର୍‌ ନିର୍ମାତା ଟେସ୍‌ଲାର ସିଇଓ ଏଲନ୍‌ ମସ୍କଙ୍କ ଘଣ୍ଟା ପ୍ରତି ଆୟ ହେଉଛି ୪.୮୯ କୋଟି ଟଙ୍କା। କାଇଲି କସ୍‌ମେଟିକ୍ସର ନିର୍ମାତା କାଇଲି ଜେନର୍‌ ପ୍ରତି ଘଣ୍ଟାରେ ୧୩ ଲକ୍ଷ ଟଙ୍କା ଆୟ କରୁଛନ୍ତି। ଆମେରିକାର ପ୍ରସିଦ୍ଧ ଗାୟିକା ବିୟନ୍ସଙ୍କ ଘଣ୍ଟା ପିଛା ଆୟ ହେଉଛି ୫ ଲକ୍ଷ ଟଙ୍କା।

ସମ୍ବନ୍ଧିତ ଖବର