ଆମାଜନ ପେ ବ୍ୟବହାର କରି ଅନଲାଇନରେ ଖାଦ୍ୟ ମଗେଇହେବ

ନୂଆଦିଲ୍ଲୀ : ଗ୍ରାହକଙ୍କୁ ନୂତନ ତତ୍କାଳ ଏବଂ ସହଜ ସୁରକ୍ଷିତ ସପିଂ ଅଭିଜ୍ଞତା ପ୍ରଦାନ ପାଇଁ ଆମାଜନ ପେ ପକ୍ଷରୁ ଏହାର ଗ୍ରାହକଙ୍କ ପାଇଁ ଏକ ନୂତନ ସୁବିଧା ଉପଲବ୍ଧ କରାଯାଉଛି । ଆମାଜନ ପେ ବାଲାନ୍ସ୍‌ ବ୍ୟବହାରକରି ଗ୍ରାହକମାନେ ଭାରତର ବୃହତ ଫୁଡ୍‌ ଅଡରିଂ ଏବଂ ଡେଲିଭରୀ ପ୍ଳାଟଫର୍ମ ସ୍ୱିଗି ରୁ ଖାଦ୍ୟ ଅର୍ଡର କରିପାରିବେ । ଗ୍ରାହକ ସ୍ୱିଗି ସହିତ ପ୍ରଥମ କାରବାରରେ ୪୦ % ପର୍ଯ୍ୟନ୍ତ ୧୨୦ ଟଙ୍କାର ରିହାତି ହାସଲ କରିପାରିବେ। ଏହାସହିତ ଆମାଜନ ପ୍ରାଇମ୍‌ ସଦସ୍ୟ ୧୦% ପର୍ଯ୍ୟନ୍ତ ୧୦୦ ଟଙ୍କାର ରିହାତି ୨୦୧୮ ଅଗଷ୍ଟ ୩୧ ପର୍ଯ୍ୟନ୍ତ ହାସଲ କରିପାରିବେ। ଆମାଜନ ଏହାର ପେ ସୁବିଧା ସମ୍ପ୍ରସାରଣ କରିବା ସହିତ ମାର୍କେଟ୍‌ ପ୍ଲେସ୍‌, ଟ୍ରାଭେଲ୍‌, ଫୁଡ୍‌ ଅଡରିଂ, ବିଲ୍‌ ପେମେଣ୍ଟ୍‌ ଆଦିରେ ବହୁବିଧ ସୁବିଧା ଉପଲବ୍ଧ କରାଇପାରୁଛି। ଏବେ ଗ୍ରାହକ ଏହା ଉପଯୋଗ କରି ଚିନ୍ତାମୁକ୍ତ ଭାବେ ଘରେ ବସି ଅନ୍‌ଲାଇନ୍‌ରେ ନିଜ ପସନ୍ଦର ସ୍ୱିଗି ଫୁଡ୍‌ ବୁକିଂ କରିପାରିବେ। ସମ୍ପ୍ରତି ଭାରତରେ ଅନ୍‌ଲାଇନ୍‌ ଫୁଡ୍‌ ବଜାରର ଚାହିଦା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଆମାଜନ ଗ୍ରାହକଙ୍କୁ ଡିଜିଟାଲ ବ୍ୟବସ୍ଥା ପାଇଁ କ୍ୟାସ୍‌ ବ୍ୟାକ୍‌ ସୁବିଧା ସହିତ ଚିନ୍ତାମୁକ୍ତ କାରବାରର ଅବସର ପ୍ରଦାନ କରୁଛି। ଏହା ଦ୍ୱାରା ଗ୍ରାହକ ସହଜରେ ଫୁଡ୍‌ ,ଟିକେଟିଂ ଏବଂ ଟ୍ରାଭେଲ୍‌ର ଆନନ୍ଦ ନେଇପାରୁଛନ୍ତି । ଆଗାମୀ ଦିନରେ ଏହାର ବ୍ୟବହାର ବଢ଼ିବାର ଆଶା ରହିଛି । ସ୍ୱିଗିର ସେବା ଏବେ ଭୁବନେଶ୍ୱରରେ ଉପଲବ୍ଧ ନାହିଁ, ତେବେ ଆଗାମୀ ଦିନରେ ଓଡ଼ିଶାରେ ପ୍ରବେଶ କରିବାକୁ କମ୍ପାନିର ଲକ୍ଷ୍ୟ ରହିଛି ।

ସମ୍ବନ୍ଧିତ ଖବର