ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଅନଲାଇନ୍‌ ସଂସ୍ଥା ଆମାଜନ୍‌ ଇଣ୍ଡିଆ ପକ୍ଷରୁ ସମ୍ପନ୍ନ ହୋଇଥିବା ଏହାର ପ୍ରାଇମ୍‌ ସଦସ୍ୟଙ୍କ ପାଇଁ ପ୍ରାଇମ୍‌ ଡେ ଯୋଜନାରେ ରେକର୍ଡ ବିକ୍ରି ହୋଇଛି। ଏହି ସମୟ ମଧ୍ୟରେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ୩୫% ନୂଆ ସଦସ୍ୟ ଯୋଗଦେଇ ପାରିଛନ୍ତି । ଏହି ଅବସରରେ ଫାୟାର ଟିଭି ବେଷ୍ଟ ସେଲର ମାନ୍ୟତା ଲାଭ କରିଛି। ବିଭିନ୍ନ ସାମଗ୍ରୀ ମଧ୍ୟରେ ସ୍ମାର୍ଟଫୋନ୍‌, ହୋମ୍‌ ଆପଲାଏନ୍ସ୍‌, ଆପରାଲ ବେଷ୍ଟ ସେଲିଂ ବର୍ଗରେ ସାମିଲ୍‌ ହୋଇପାରିଛନ୍ତି । ଏହି ୩୬ ଘଣ୍ଚାର ବିକ୍ରି କାର୍ଯ୍ୟକ୍ରମ ବେଶ୍‌ ସଫଳ ରହିବା ସହିତ ରେକର୍ଡ ସୃଷ୍ଟି କରିପାରିଛି। ସ୍ମାର୍ଟଫୋନ ମଧ୍ୟରେ ୱାନ ପ୍ଲସ୍‌, ରେଡମି, ହୁଆଇ ଏବଂ ହନର୍‌ ଆଦି ବ୍ରାଣ୍ଡ୍‌ ର ବିକ୍ରିରେ ୫ ଗୁଣା ବୃଦ୍ଧି ହୋଇଛି। ବୁସ୍କ୍‌ ଡିସ୍କ ୱାସର ଓ ୱାସିଂ ମେସିନ୍‌ ବିକ୍ରିରେ ୯ଗୁଣା ବୃଦ୍ଧି ହୋଇଛି। ସେହିପରି ନେସ୍‌ ପ୍ଲାସ୍‌, ସାଫୋଲା ଓଟସ୍‌, ଡେଟଲ ହ୍ୟାଣ୍ଡ ୱାସ୍‌, ନେଭିଆ ଫ୍ରେଶ୍‌ ଡେଓଡ୍ରାଣ୍ଟ୍‌ ବିକ୍ରିରେ ୩ ଗୁଣା ବୃଦ୍ଧି ହୋଇପାରିଛି। ଫୋନ୍‌ ସମାଗ୍ରୀ ବିକ୍ରିରେ ୨ ଗୁଣା ବିକାଶ ହୋଇଛି। କ୍ୟୁମର ଇଲୋକ୍ଟନିକ୍ସ ବିକ୍ରିରେ ୪ ଗୁଣା ବୃଦ୍ଧି ହୋଇଥିବାବେଳେ ଆମାଜନ ପେ ବାଲାନ୍ସର ବ୍ୟବହାର ୭ ଗୁଣା ବଢ଼ିଛି। ପ୍ରାଇମ୍‌ ଡେ’ରେ ୨୦୦ରୁ ଅଧିକ ଉତ୍ପାଦର ବଜାର ପ୍ର୍ରବେଶ ସମ୍ପନ୍ନ ହୋଇଛି। ସେସବୁ ମଧ୍ୟରେ ନେସଲେ ନେସ୍‌ ପ୍ଲସ୍‌, ସ୍ୱାନ ପ୍ଲସ୍‌, ମାର୍କସ୍‌, ସ୍ପେନସର୍‌ ଏବଂ ବୁସ୍କ୍‌ ଆଦି ବ୍ରାଣ୍ଡ୍‌ ରହିଛି। ଏହି ଅବସରରେ ୧୬ଟି ଦେଶର ପ୍ରାଇମ୍‌ ସଦସ୍ୟ ବେଶ୍‌ ଉପକୃତ ହୋଇପାରିଛନ୍ତି । ଏହି ଅବସରରେ ଅମାଜନ ଇଣ୍ଡିଆର ବରିଷ୍ଠ ଉପସଭାପତି ତଥା କଂଟ୍ରି ହେଡ୍‌ ଅମିତ୍‌ ଅଗ୍ରୱାଲ କହିଛନ୍ତି ଯେ, ‘ ପ୍ରାଇମ୍‌ ଡ଼େ’ରେ ପ୍ରାଇମ୍‌ ସଦସ୍ୟ ବେଶ୍‌ ଉପକୃତ ହୋଇପାରିଛନ୍ତି । କମ୍ପାନୀର କାରବାର ବୃଦ୍ଧି ପାଇଁ ଆମେ ପ୍ରାଇମ୍‌ ସଦସ୍ୟଙ୍କୁ ଧନ୍ୟବାଦ୍‌ ଜଣାଉଛୁ।