ଆମାଜନ୍‌ରୁ ଗାଏବ ହୋଇଗଲା ଏହି ସବୁ ପ୍ରଡକ୍ଟ, ଅନ୍‌ଲାଇନ୍‌ ଗ୍ରାହକଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ ସପିଂ ସାଇଟ୍‌ ଆମାଜନ୍‌ ନିଜ େଓ୍ଵବ୍‌ସାଇଟ୍‌ରୁ ବିିଭିନ୍ନ ପ୍ରଡକ୍ଟକୁ ହଟାଇ ଦେଇଥିବା ଜଣା ପଡ଼ିଛି । ଶୁକ୍ରବାର ଆମାଜନ୍‌ ଯେଉଁ ସବୁ ପ୍ରଡକ୍ଟକୁ ହଟାଇ ଦେଇଛି, ସେ ମଧ୍ୟରେ ରହିଛି,ଇକୋ ସ୍ପିକର୍ସ, ବ୍ୟାଟେରି ଏବଂ ଫ୍ଲୋର କ୍ଲିନର ଭଳି ପ୍ରଡକ୍ଟ । ଗୁରୁବାର ମଧ୍ୟରାତ୍ରରୁ ଆମାଜନ୍‌ର ଇଣ୍ଡିଆ ସାଇଟ୍‌ରୁ ପ୍ରଡକ୍ଟ ଗାଏବ ହେବାକୁ ଲାଗିଥିଲା । ଏବେ ଏହାର ପ୍ରଭାବ କେବଳ ଗ୍ରାହକଙ୍କ ଉପରେ ପଡ଼ିବ ବୋଲି ଜଣା ପଡ଼ିଛି । ଗତ ବର୍ଷ ଡିସେମ୍ବରରେ ଭାରତ ଇ-କମର୍ସ ସହ ଜଡ଼ିତ ନିୟମରେ ପରିବର୍ତ୍ତନ ଆଣିଥିଲେ । ଯାହା ପରେ ଆମାଜନ୍‌, ଏବଂ ଫ୍ଲିପ୍‌କାର୍ଟ ଭଳି ବଡ଼ ବଡ଼ କମ୍ପାନୀ ପାଇଁ ସମସ୍ୟା ଆରମ୍ଭ ହୋଇ ଯାଇଥିଲା। ଗୁରୁବାର ସରକାର ଏହି ନିୟମ ବଦଳାଇବାର ତାରିଖ ଆଗକୁ ଘୁଞ୍ଚାଇବା ପାଇଁ ରାଜି ନ ହେବାରୁ ଆମାଜନରୁ ଉକ୍ତ ପ୍ରଡକ୍ଟ ଗୁଡ଼ିକ ଗାଏବ ହୋଇ ଯାଇଥିଲା ।

Hindustan Times

ଭାରତର ନୂଆ ଇକମର୍ସ ନିୟମ ଅନୁଯାୟୀ,ଅନ୍‌ଲାଇନ୍‌ ରିଟେଲରମାନେ ବିକ୍ରେତାଙ୍କ ମାଧ୍ୟମରେ ଜିନିଷ ବିକି ପାରିବେ ନାହିଁ । ଏହି ନିୟମ ଗତ ବର୍ଷ ପ୍ରଣୟନ କରାଯାଇଥିବା ବେଳେ ତାହା ଗୁରୁବାର ଲାଗୁ ହୋଇଥିଲା । ଯାହାଦ୍ୱାରା କ୍ଲାଉଡ୍‌ଟେଲ ଏବଂ ସପର ଷ୍ଟପ୍‌ ଭଳି ଅନ୍‌ଲାଇନ୍‌ ରିଟେଲର ଆମାଜନରୁ ନିଜ ପ୍ରଡକ୍ଟ ହଟାଇ ନେଇଥିଲେ । ଏହି ନିୟମର ପ୍ରଭାବ ଗ୍ରାହକଙ୍କ ଉପରେ କମ ପଡ଼ୁ ସେ ନେଇ ଆମାଜନ ଚେଷ୍ଟା କରିବ ବୋଲି କହି ମତ ରଖିଛି ।

ସମ୍ବନ୍ଧିତ ଖବର