ଆସନ୍ତା କାଲି ଆରମ୍ଭ ହେଉଛି ଆମାଜନ୍‌ ପକ୍ଷରୁ ଏକ ବୃହତ ସେଲ୍‌

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଅନଲାଇନ୍‌ ସଂସ୍ଥା ଆମାଜନ୍‌ ଫେଶନ୍‌ ପକ୍ଷରୁ ବୃହତ୍‌ ସେଲ୍‌ ଯୋଜନା ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାହକଙ୍କୁ ଆକର୍ଷଣୀୟ ମୂଲ୍ୟରେ ଅନେକ ସାମଗ୍ରୀ ଯୋଗାଇ ଦିଆଯିବ। ଏହି ଯୋଜନା ୨୦୧୮ ଜୁନ୍‌ ୨୧ ତାରିଖରୁ ଜୁନ୍‌ ୨୪ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହି ସମୟରେ ଗ୍ରାହକ ଆମାଜନ୍‌ରେ ମହଜୁଦ୍‌ ଥିବା ୫୦୦ରୁ ଅଧିକ ବ୍ରାଣ୍ଡ୍‌ର ୨୦ ଲକ୍ଷରୁ ଅଧିକ ସାମଗ୍ରୀ ୫୦%ରୁ ୮୦% ରିହାତିରେ ଯୋଗାଇ ଦିଆଯିବ। ବିଭିନ୍ନ ସାମଗ୍ରୀ ମଧ୍ୟରୁ ଗ୍ରାହକ ନିଜ ମନପସନ୍ଦର ସାମଗ୍ରୀ କ୍ରୟ କରିବାର ସୁଯୋଗ ପାଇବେ। ଏହା ସହିତ ଆକର୍ଷଣୀୟ ଅଫର ଏବଂ ରିହାତି ସୁଯୋଗ ମଧ୍ୟ ଉପଲବ୍ଧ ହେବ। ବିଭିନ୍ନ ସାମଗ୍ରୀ ମଧ୍ୟରେ ଆପେରାଲ୍‌୍‌, ୱାଚ୍‌, ଫେଶନ ଏବଂ ମୂଲ୍ୟବାନ ଅଳଙ୍କାର, ଜୋତା, ସ୍ପୋର୍ଟସ ୱେର, ହ୍ୟାଣ୍ଡବ୍ୟାଗ୍‌, ୱାଲେଟ୍‌, ସନ୍‌ ଗ୍ଲାସ୍‌, ଲଗେଜ୍‌ ପ୍ରଭୃତି ସାମଗ୍ରୀ ଗ୍ରାହକ ପକେଟକୁ ସୁହାଇଲା ଭଳି ମୂଲ୍ୟରେ ଅମାଜନ୍‌ ଷ୍ଟୋର୍‌ରୁ କ୍ରୟ କରିପାରିବେ। ଅତିରିକ୍ତ ଭାବେ ପ୍ରାଇମ୍‌ ସଦସ୍ୟଙ୍କ ଲାଗି ଜୁନ୍‌ ୨୦ ତାରିଖଠାରୁ ୧୨ ଘଣ୍ଟିଆ ପ୍ରିଭ୍ୟୁ ସେଲ ଉପଲବ୍ଧ ହେବ । ଶ୍ରେଷ୍ଠ ୨୦୦ ବ୍ରାଣ୍ଡ ୱାର୍ଡରୋବ୍‌ ରିଫ୍ରେଶ୍‌ ସେଲରେ ଉପଲବ୍ଧ ହେବ। ୧୦୦୦ରୁ ୧୫୦୦ ଟଙ୍କାର କ୍ରୟ କରି ଆମାଜନ ପେ ବ୍ୟବହାର କରିଥିବା ଗ୍ରାହକଙ୍କୁ ୧୫ ପ୍ରତିଶତ କ୍ୟାସବ୍ୟାକ୍‌ ସୁବିଧା ଯୋଗାଇ ଦିଆଯିବ। ୧୫୦୦ ଟଙ୍କାର କ୍ରୟରେ ଆଇସିଆଇସିଆଇି କାର୍ଡ ବ୍ୟବହାର କରିଥିବା ଗ୍ରାହକଙ୍କୁ ୧୫ ପ୍ରତିଶତ ରିହାତି ସୁବିଧା ପ୍ରଦାନ କରାଯିବ । ଏହି ସେଲ୍‌ରେ ବ୍ୟାଗ୍‌, ୱଲେଟ୍‌ ଏବଂ ଲଗେଜ୍‌ ଉପରେ ୪୦%ରୁ ୭୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେଉଥିବାବେଳେ ଆପେରାଲ ଉପରେ ୫୦%ରୁ ୮୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେଉଛି। ସେହିପରି ଫେଶନ ଅଳଙ୍କାର ଉପରେ ୭୦%ରୁ ୯୦% ରିହାତି ଏବଂ ଜୋତା ଉପରେ ୪୦%ରୁ ୮୦% ପର୍ଯ୍ୟନ୍ତ ରିହାତି ଯୋଗାଇ ଦିଆଯାଉଛି ।

ସମ୍ବନ୍ଧିତ ଖବର