ବେଙ୍ଗାଲୁରୁ: ଆମାଜନ୍ର ବିକ୍ରେତମାନେ ନିଯୁକ୍ତି ଓ ପ୍ରଶିକ୍ଷଣ ଦେବା ଏବଂ ଭିତ୍ତିଭୂମି ବ୍ୟବସ୍ଥାରେ ପୁଞ୍ଜିନିବେଶ କରିବାକୁ ଯୋଜନା ରଖିଛନ୍ତି। ଭୁବନେଶ୍ବର ସମେତ ଦେଶର ୨୧ଟି ସହରରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। ଏଥିରେ ଭାଗ ନେଇଥିବା ଆମାଜନ୍ର ବିକ୍ରେତାମାନଙ୍କ ମଧ୍ୟରୁ ୯୮% କହିଛନ୍ତି ଯେ ପ୍ରଯୁକ୍ତି ଜ୍ଞାନକୌଶଳ ବ୍ୟବହାର କରିବା ପରେ ସେମାନଙ୍କ କାରବାର ବଢ଼ିଛି। ଆଗାମୀ ଉତ୍ସବ ଋତୁରେ ଗ୍ରାହକଙ୍କ ପାଇଁ ନୂଆ ଉତ୍ପାଦ ଉନ୍ମୋଚନ କରିବାକୁ ସେମାନେ ଲକ୍ଷ୍ୟ ରଖିଥିବା କହିଛନ୍ତି। ନିଜ ବ୍ୟବସାୟ ଲକ୍ଷ୍ୟ ହାସଲ କରିବା ଲାଗି ପୁଞ୍ଜିନିବେଶ ବଢ଼ାଇବାକୁ ୩୧% ବିକ୍ରେତା ଲକ୍ଷ୍ୟ ରଖିଛନ୍ତି। ବର୍ଦ୍ଧିତ ଚାହିଦା ପୂରଣ କରିବା ଲାଗି ୩୫% ବିକ୍ରେତା ଋତୁ ଭିତ୍ତିକ ନିଯୁକ୍ତି ଦେବେ। ନିଜ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବାରେ ମଧ୍ୟ ୪୫% ବିକ୍ରେତା ନିବେଶ କରିବେ। ନିଜର ଗୋଦାମ ବ୍ୟବସ୍ଥାର ଉନ୍ନତୀକରଣ ପାଇଁ ୩୬% ବିକ୍ରେତା ପୁଞ୍ଜିନିବେଶ କରିବେ।
ନିଯୁକ୍ତି, ପ୍ରଶିକ୍ଷଣରେ ନିବେଶ କରିବେ ଆମାଜନ୍ ବିକ୍ରେତା
/sambad/media/post_attachments/wp-content/uploads/2020/12/amazon750x422.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)