ଭୁବନେଶ୍ୱର: ଆମାଜନ ଇଣ୍ଡିଆ ପକ୍ଷରୁ ଏହାର ମାର୍କେଟପ୍ଲେସରେ ବିଭିନ୍ନ ପ୍ରକାର ଉତ୍ପାଦ ଉପରେ ସେଲିଂ ଫି’ବା ବିକ୍ରୟ ଦେୟ କମ୍ କରାଯାଇଛି । ଚଳିତ ବର୍ଷ ସେପ୍ଟେମ୍ବର ୯ରୁ ଲାଗୁ ହେଉଥିବା ଏହି ଫି ପାର୍ବଣ ଋତୁ ପୂର୍ବରୁ ବିକ୍ରେତାମାନଙ୍କୁ ଉପକୃତ କରିବ । ବିଭିନ୍ନ ଉତ୍ପାଦ ବର୍ଗରେ ବିକ୍ରି ଦେୟ’ରେ ୩ରୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଉଛି ଯାହା ଦ୍ୱାରା ବିକ୍ରେତାମାନେ ଉପକୃତ ହେବେ । ୫୦୦ ଟଙ୍କାରୁ କମ୍ ଦାମରେ ଉତ୍ପାଦ ବିକ୍ରି କରୁଥିବା ବିକ୍ରେତାମାନେ ଏହା ଦ୍ୱାରା ବିଶେଷ ଭାବେ ଉପକୃତ ହେବେ । ଉଦାହରଣ ସ୍ୱରୂପ ୨୯୯ ଟଙ୍କାରେ ଟି-ସାର୍ଟ ବିକ୍ରି କରୁଥିବା ବିକ୍ରେତା କେବଳ ୨% ରେଫରାଲ୍ ଦେୟ ପ୍ରଦାନ କରିବେ ଯାହା ପୂର୍ବରୁ ୧୩.୫% ଥିଲା । ସେ ପ୍ରତି ଟି-ସାର୍ଟରେ ୩୪ ଟଙ୍କା ସଂଚୟ କରିପାରିବେ । ହୋମ୍ ଫର୍ଣ୍ଣିସିଂରେ  ଦେୟ ୯ ପ୍ରତିଶତ ହ୍ରାସ ପାଇଥିବା ବେଳେ ଇନଡୋର ଲାଇଟିଂରେ ୮ ପ୍ରତିଶତ ଓ ହୋମ୍ ଉତ୍ପାଦରେ ୮ ପ୍ରତିଶତ କମ୍ ହୋଇଛି ।