ବାଙ୍ଗାଲୋର : ଦେଶର ଅଗ୍ରଣୀ ଅନଲାଇନ୍ ସଂସ୍ଥା ଆମାଜନ ପକ୍ଷରୁ୍ ସମର ସେଲ୍ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଆସନ୍ତା୧୩ ତାରିଖଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ସ୍ମାର୍ଟଫୋନ୍, କ୍ୟୁମର ଇଲୋକ୍ଟନିକ୍ସ୍, ଫେସନ, ବୃହତ୍ ଆପଲାଏନ୍ସ୍, ଟିଭି, ସ୍ପୋର୍ଟସ୍ ଏବଂ ଫିଟ୍ନେସ୍ ସାମଗ୍ରୀ ଆଦି ଉପଲବ୍ଧ ହେବ। ଗ୍ରାହକ ଆମାଜନ ଡଟ୍ ଇନ୍ରୁ ୧୭୦ ନିୟୁତରୁ ଅଧିକ ଉତ୍ପାଦ ନିଜ ପସନ୍ଦ ଅନୁସାରେ କ୍ରୟ କରିପାରିବେ । ଏହି ଅବସରରେ ସ୍ମାର୍ଟଫୋନ୍, ଟିଭି, ୱାସିଂ ମେସିନ୍, ଏୟାର କଣ୍ଡିସନର୍ ଆଦି ସହଜ ଇଏମ୍ଆଇରେ ଉପଲବ୍ଧ ହେବ । ଏହି ଅବସରରେ ଗ୍ରାହକ ୱାନପ୍ଲସ୍, ଆପଲ, ସାମସଙ୍ଗ୍, ନୋକିଆ, ଆରୋ,ୟୁସିବି, ଭିରୋ ମୋଡା, ଫ୍ଲାଇଙ୍ଗ ମେସିନ୍, ୱରଙ୍ଗଲ୍, ବ୍ଳାକବେରୀ, ଜେବିଏଲ୍, ବୋଷ୍, ସୋନୀ, ଏଲଜି, ବିପିଏଲ୍, ଟିସିଏଲ୍, ବୁସ୍କ୍, ହ୍ଵିଲପୁଲ୍, ନିଭିଆ ଆଦି ଅନେକ ବ୍ରାଣ୍ଡ୍ର ଉତ୍ପାଦ କ୍ରୟ କରିପାରିବେ। ଏହା ସହିତ ଆମାଜନ୍ର ଇକୋ ଡିଭାଇସ୍,ଫାୟାର ଟିଭି ଷ୍ଟିକ୍, କିଣ୍ଡଲ୍ ପେପର ହ୍ଵାଇଟ୍, ଇ-ବୁକ୍ସ ଆଦି କ୍ରୟ କରିପାରିବେ । ଆମାଜନ ପେ ବାଲାନ୍ସ ବ୍ୟବହାର କରିଥିବା ଗ୍ରାହକଙ୍କୁ ୩୦୦ଟଙ୍କା ପର୍ଯ୍ୟନ୍ତ ୧୦ ପ୍ରତିଶତ କ୍ୟାସ୍ ବ୍ୟାକ୍ ସୁବିଧା ଯୋଗାଇ ଦିଆଯିବ। ୨୫୦ ଟଙ୍କାର ଅଧିକ ମୂଲ୍ୟର ପ୍ରତି କ୍ରୟ ଉପରେ ଆମାଜନ ପେ ବାଲାନ୍ସ ଗ୍ରାହକଙ୍କୁ ଏହି ସୁବିଧା ମିଳିପାରିବ । ଇଏମ୍ଆଇ ଆଇସିଆଇସିଆଇ ବ୍ୟାଙ୍କ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକଙ୍କୁ ୧୦ ପ୍ରତିଶତ ଅତିରିକ୍ତ କ୍ୟାସ୍ ବ୍ୟାକ୍ ସୁବିଧା ମିଳିବ ।
୧୩ରୁ ଆରମ୍ଭ ହେଉଛି ଆମାଜନ୍ର ସମର୍ ସେଲ୍, ମିଳିବ ସ୍ମାର୍ଟଫୋନ ଓ ଏଲଇଡି ଟିଭି ଉପରେ ଆକର୍ଷଣୀୟ ଅଫର
/sambad/media/post_attachments/wp-content/uploads/2018/05/amazon_summer_sale.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)