ଭାରତୀୟ ରିଟେଲ ଶିଳ୍ପ ଉପରେ ଆମେରିକା କମ୍ପାନିଙ୍କ ଆଖି, ଫ୍ୟୁଚର ଗ୍ରୁପର ୯.୫ ପ୍ରତିଶତ କିଣିବ ଆମାଜନ

ବାଙ୍ଗାଲୋର :  ଆମେରିକୀୟ କମ୍ପାନିମାନେ ଗୋଟିକ ପରେ ଗୋଟିଏ ଭାରତୀୟ ରିଟେଲ କମ୍ପାନିଙ୍କୁ ଗିଳିବାରେ ଲାଗିଛନ୍ତି । ପ୍ରଥମେ  ଓ୍ଵାଲମାର୍ଟ ଭାରତର ବୃହତ୍ତମ ଇ-ରିଟେଲ କମ୍ପାନି ଫ୍ଲିପକାର୍ଟକୁ କିଣିବା ପରେ ଏବେ ଆଉ ଏକ ବୃହତ ଆମେରିକୀୟ ରିଟେଲ କମ୍ପାନି ଆମାଜନ ଭାରତର ବୃହତ୍ତମ ରିଟେଲ ଚେନ ଫ୍ୟୁଚର ଗ୍ରୁପର ପ୍ରାୟ ୯.୫ ପ୍ରତିଶତ ଅଂଶଧନ କିଣିବାକୁ ଯାଉଛି । ଆସନ୍ତା ୧୦ ଦିନ ମଧ୍ୟରେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ପ୍ରାୟ ୨ ହଜାର କୋଟି ଟଙ୍କା ବିନିମୟରେ କମ୍ପାନି ଏହି ଖରିଦ କରିବ ।  ଗତ ଅଗଷ୍ଟ ମାସରେ  ଗୁଗୁଲ ମଧ୍ୟ ଫ୍ୟୁଚର ଗ୍ରୁପର ୭-୮ ପ୍ରତିଶତ ଅଂଶଧନ ପ୍ରାୟ  ୩ ହଜାର କୋଟିରେ ଖରିଦ ପାଇଁ ପ୍ରସ୍ତାବ ଦେଇଥିଲା । ଗତ ମଇ ମାସରେ ଦେଶର ଏକ ନମ୍ବର ଇ-କମର୍ସ କଂପାନି ଫ୍ଲିପ୍କାର୍ଟର ୭୭% ଅଂଶଧନକୁ ଆମେରିକୀୟ କଂପାନି ଓ୍ଵାଲ୍ମାର୍ଟ କିଣିନେଇଥିଲା । ଏଥିପାଇଁ ଓ୍ଵାଲ୍ମାର୍ଟ ୧୬ ବିଲିଅନ୍ ଡଲାର ପ୍ରଦାନ କରିବ ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ଏକ ଲକ୍ଷ ୪ ହଜାର କୋଟି ଟଙ୍କା ହେବ। ଇ-କମର୍ସ ବଜାରରେ ଏହା ହେଉଛି ସବୁଠୁ ବଡ଼ ଡିଲ୍। ଏତେ ଚଢ଼ା ଦରରେ ବିକ୍ରି ହେବାରେ ଫ୍ଲିପ୍କାର୍ଟ ହେଉଛି ପ୍ରଥମ ଓ ଏକମାତ୍ର ଭାରତୀୟ କଂପାନି।

ସମ୍ବନ୍ଧିତ ଖବର