ନୂଆଦିଲ୍ଲୀ: ଅନ୍ଲାଇନ୍ ସପିଂ ସାଇଟ୍ ଆମାଜନ୍ରେ ଆହୁରି ୭୦୦୦ କୋଟି ଟଙ୍କା ନିବେଶ ହେବ ବୋଲି ଘୋଷଣା ହେବାର ଦୁଇ ଦିନ ପରେ ଭାରତୀୟଙ୍କ ପାଇଁ ଏକ ଖୁସି ଖବର। ସୂଚନା ରହିଛି ଯେ ୨୦୧୫ ସୁଧା ଆମାଜନ୍ ଭାରତରେ ଏକ ନିୟୁତ ଲୋକଙ୍କୁ ଚାକିରି ଯୋଗାଇ ଦେବାରେ ସମର୍ଥ ହୋଇଥିବ।
ଆମେରିକାର ଏହି ଇ-କମର୍ସ କମ୍ପାନି ଭଭୟ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଚାକିରି ପାଇଁ ପଦବୀ ସୃଷ୍ଟି କରିବ। ସୂଚନା ଓ ପ୍ରଜୁକ୍ତିବିଦ୍ୟା, କୌଶଳ ବିକାଶ, ନିର୍ମାଣ, ସାମଗ୍ରୀ ନିର୍ମାଣ ଆଦି ପଦ ପାଇଁ ବହୁଳ ମାତ୍ରାରେ କର୍ମଚାରୀ ଆକଶ୍ୟକ ପଡ଼ିବେ। ଆପଣ ଜାଣିରଖନ୍ତୁ ଯେ ଗତ ଛଅ ବର୍ଷ ମଧ୍ୟରେ ଆମାଜନ୍ ଭାରତରେ ୭ ଲକ୍ଷ ନିଯୁକ୍ତି ଯୋଗାଇ ଦେଇଛି।
ଆମାଜନ୍ର ପ୍ରତିଷ୍ଠାତା ତଥା ସିଇଓ ଜେଫ୍ ବେଜୋସ୍ କହିଛନ୍ତି, ‘ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଆମେ ନିୟୁତ ନିୟୁତ ନୂଆ ନିଯୁକ୍ତି ସୃଷ୍ଟି କରିବା ପାଇଁ ନିବେଶ କରୁଛୁ। ଭାରତରେ ଆମ କର୍ମଚାରୀମାନଙ୍କ ସହାୟତା ଓ ଗ୍ରାହକମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ବ୍ୟବସାୟକୁ ଆହୁରି ଆଗକୁ ନେବା ପାଇଁ ଆମେ ଚିନ୍ତା କରିଛୁ।’
South China Morning Postଭାରତରେ ସଫ୍ଟୱେୟାର୍ ଡେଭ୍ଲପମେଣ୍ଟ ଇଞ୍ଜିନିୟରିଂ, କ୍ଲାଉଡ୍ କମ୍ପ୍ୟୁଟିଂ, କଣ୍ଟେଟ୍ କ୍ରିଏସନ ଏବଂ କଷ୍ଟମର୍ ସପୋର୍ଟ ଆଦି କ୍ଷେତ୍ରରେ ଦକ୍ଷତା ଥିବା ଦକ୍ଷ ଭାରତୀୟଙ୍କ ପାଇଁ ଏହା ହେବ ସୁବର୍ଣ୍ଣ ସୁଯୋଗ।
ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ବିଶ୍ବର ସର୍ବବୃହତ ଇ-କମର୍ସ କଂପାନି ଆମାଜନ୍ର ମୁଖ୍ୟ ଜେଫ୍ ବେଜୋସ୍ ଭାରତ ଗସ୍ତରେ ଆସି ଦୁଇ ଦିନିଆ ‘ସମ୍ଭବ ସମ୍ମିଳନୀ’କୁ ଉଦ୍ଘାଟନ କରିବା ସହ ଭାରତର ଗଣତନ୍ତ୍ରକୁ ପ୍ରଶଂସା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/bezosindia11_0.jpg)