ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ଇ-କମର୍ସ ସଂସ୍ଥା ଆମାଜନ ଏହାର ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ବିଷୟରେ ବିଚାର କରୁଛି। ଆମାଜନ୍ ଅଧୀନରେ ଥିବା ଯେଉଁ ସଂସ୍ଥାରୁ ଲାଭ ହେଉନି ସେଥିରେ କାମ କରୁଥିବା କର୍ମଚାରୀଙ୍କୁ ଅଲଗା ଚାକିରି ଖୋଜିବାକୁ କଂପାନି କହିଛି। ଚଳିତ ସପ୍ତାହରୁ ଛଟେଇ ପ୍ରକ୍ରିୟା ଆରମ୍ଭ ହେବ। ଖର୍ଚ୍ଚକାଟ ଲାଗି କଂପାନି ଛଟେଇ ନିଷ୍ପତ୍ତି ନେଇଛି। ଆମାଜନ ପାଇଁ ସାରା ବିଶ୍ବରେ ୧୬ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ଆମେରିକାର ଦୁଇ ପ୍ରମୁଖ ପ୍ରଯୁକ୍ତି କଂପାନି ଟ୍ବିଟର ଓ ମେଟା ବହୁ କର୍ମଚାରୀଙ୍କୁ ଛଟେଇ କରିଥିଲେ। ଟ୍ବିଟର ପ୍ରାୟ ୩୭୦୦ ଏବଂ ମେଟା ପକ୍ଷରୁ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଛି।
ଆମାଜନ ୧୦,୦୦୦ କର୍ମଚାରୀ ଛଟେଇ କରିବ
/sambad/media/post_attachments/wp-content/uploads/2022/04/QVE2M3JDVFLNJKGJARGWFRUDCQ.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)