ନୂଆଦିଲ୍ଲୀ :  ଅନଲାଇନ୍‌ କମର୍ସ ସଂସ୍ଥା ଆମାଜନ୍‌୍‌ ଇଣ୍ଡିଆ ପକ୍ଷରୁ ଭାରତୀୟ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ ଫେଡେରେସନ୍‌(ଏଫ୍‌ଆଇଏସ୍‌ଏମ୍‌ଇ) ସହିତ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହାଦ୍ୱାରା ଇ-କମର୍ସ କ୍ଷେତ୍ରର ବିକାଶ ସମ୍ଭବ ହୋଇପାରିବ। ଏହି ଚୁକ୍ତି ଦ୍ୱାରା ଏମଏସଏମଇ କ୍ଷେତ୍ର ବେଶ୍‌ ଉତ୍ସାହିତ ହୋଇପାରିବେ। ଆମାଜନ୍‌ ଡଟ୍‌ ଇନ୍‌ ଏବଂ ଏଫ୍‌ଆଇଏସ୍‌ଏମ୍‌ଇ ଏମଏସଏମଇ କ୍ଷେତ୍ରରେ ଅନ୍‌ ଲାଇନ୍‌ ସେଲିଂ ତଥା ବି-୨-ସି ରପ୍ତାନୀ ଦ୍ୱାରା ଅନ୍ତର୍ଜାତୀୟ କ୍ଷେତ୍ରରେ ବିକ୍ରିକୁ ପ୍ରୋତ୍ସାହିତ କରାଯାଇ ପାରିବ।

Advertisment

ଏହି ଚୁକ୍ତି ଦ୍ୱାରା ଲଜିଷ୍ଟିକ୍‌, କାଟାଲଗିଙ୍ଗ୍‌, ଇମେଜିଂ, ଟ୍ୟାକ୍ସେସନ୍‌, ଆଦି କ୍ଷେତ୍ରରେ ଏମଏସଏମଇ ଉଦ୍ୟୋଗୁଡ଼ିକୁ ଆବଶ୍ୟକ ସହାୟତା ଉପଲବ୍ଧ କରାଯାଇ ପାରିବ। ଏହି ଅବସରରେ ଏଫ୍‌ଆଇଏସ୍‌ଏମ୍‌ଇ ମହାସଚିବ ଅନୀଲ ଭରଦ୍ୱାଜ କହିଲେ,‘ଆମାଜନ୍‌ ଡଟ୍‌ ଇନ୍‌ ଏବଂ ଏଫ୍‌ଆଇଏସ୍‌ଏମ୍‌ଇ ପାରସ୍ପରିକ ସହଯୋଗ ଦ୍ୱାରା ଏମଏସଏମଇ କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରି ସେମାନଙ୍କୁ ଆର୍ଥିକ  ଦୃଷ୍ଟିରୁ ସଶକ୍ତ କରିବାର ପ୍ରୟାସ କରିବେ। ଆମାଜନ ସହିତ ଆମର ଅଂଶୀଦାର ବିଶେଷ ସଫଳ ହେବାର ଆଶା ରହିଛି।

ଏହି ଚୁକ୍ତି ଦ୍ୱାରା ବଜାରରେ ଉପଲବ୍ଧ ସୁଯୋଗ  ଲାଭ ଏମଏସଏମଇ ଉଦ୍ୟୋଗଗୁଡ଼ିକ ନେଇପାରିବେ। ଆମାଜନ୍‌ ଡଟ୍‌ ଇନ୍‌ରେ ଥିବା ଅଧିକାଂଶ ସେଲର କ୍ଷୁଦ୍ର ଏବଂ ଅଣୁ ବ୍ୟବସାୟୀ। ସେମାନଙ୍କର କାରବାର ବୃଦ୍ଧି ତଥା ଆର୍ଥିକ ବିକାଶ ଏହା ଦ୍ୱାରା ସମ୍ପନ୍ନ ହୋଇପାରିବ।  ଏମଏସଏମଇ କ୍ଷେତ୍ରର ବିକାଶ ପାଇଁ ଆମାଜନ ପକ୍ଷରୁ ପୁଲଫିଲ୍‌ମେଣ୍ଟ୍‌ ସେବା ଆରମ୍ଭ କରାଯାଇଛି। ଏହାଦ୍ୱାରା ବ୍ୟବସାୟୀମାନେ ବିଶେଷ ଉପକୃତ ହେବା ସହିତ ସେମାନଙ୍କର ଆର୍ଥିକ ବିକାଶଧାରା ରୁଦ୍ଧିମନ୍ତ ହୋଇ ପାରିଛି।