ରପ୍ତାନିକାରୀଙ୍କୁ ବିଶ୍ବ ବଜାରରେ ପହଞ୍ଚାଇବ ଆମାଜନ୍‌

ବେଙ୍ଗ‌ା‌ଲୁରୁ : ଦେଶର ୫୨ ହଜାରରୁ ଅଧିକ ରପ୍ତାନିକାରୀଙ୍କୁ ବିଶ୍ବ ବଜାରରେ ପହଞ୍ଚାଇବା ଲାଗି ଆମାଜନ୍ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଘୋଷଣା କରାଯାଇଛି।

ରପ୍ତାନିକାରୀମାନଙ୍କ ଲାଗି ବ୍ଲାକ୍ ଫ୍ରାଇଡେ ଆଣ୍ଡ୍‌ ସାଇବର ମଣ୍ଡେ ସେଲ୍ ଆୟୋଜନ କରାଯାଉଛି ଯାହା ନଭେମ୍ବର ୨୫ରୁ ଆରମ୍ଭ ହୋଇ ୨୯ ପର୍ଯ୍ୟନ୍ତ ଚାଲିବ। ଭାରତୀୟ ରପ୍ତାନିକାରୀମାନେ ଆମାଜନର ବିଶ୍ବସ୍ତରୀୟ ୱେବସାଇଟ୍‌ରେ ସେମାନଙ୍କ ଉତ୍ପାଦ ବିକ୍ରି କରିବାର ସୁଯୋଗ ପାଇବେ। ସେମାନେ ହୋମ୍ ଆଣ୍ଡ୍‌ କିଚେନ୍, ଖେଳନା, ପୋଷାକ, ସ୍ବାସ୍ଥ୍ୟ ଓ ପର୍ସନାଲ୍ କେୟାର, ଅଫିସ ଉତ୍ପାଦ, ଅଳଙ୍କାର, ବିଉଟି ସାମଗ୍ରୀ ଓ ଫର୍ଣ୍ଣିଚର ଆଦି ବିଶ୍ବ ବଜାରର ଗ୍ରାହକଙ୍କ ଲାଗି ଉପସ୍ଥାପନ କରିପାରିବେ। ଆମେରିକା ପାଇଁ ବ୍ଲାକ୍ ଫ୍ରାଇଡେ ଓ ସାଇବର୍ ମଣ୍ଡେ କାର୍ଯ୍ୟକ୍ରମର ବେଶ ମହତ୍ବ ରହିଛି କାରଣ ଏହି ସମୟରେ ସେଠାରେ ଛୁଟିଦିନ ରହିଥାଏ ଓ ଲୋକମାନେ ବନ୍ଧୁ ଓ ପରିଜନଙ୍କୁ ଉପହାର ଦେବା ଲାଗି ବିଭିନ୍ନ ସାମଗ୍ରୀ କିଣିଥାନ୍ତି। ୨୦୨୦ ତୁଳନାରେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ରପ୍ତାନିକାରୀମାନେ ୫୦% ଅଧିକ କାରବାର କରିବେ ବୋଲି କଂପାନି ଆଶା ପ୍ରକଟ କରିଛି। ଗତବର୍ଷ ସଂସ୍କରଣରେ ୩୦୦ରୁ ଅଧିକ ରପ୍ତାନିକାରୀ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ବିକ୍ରି କରିଥିଲେ।

ସମ୍ବନ୍ଧିତ ଖବର