ମୁମ୍ବାଇ: କିଶୋର ବିୟାନିଙ୍କ ଫ୍ୟୁଚର୍ ରିଟେଲ୍କୁ ସହଜରେ ଛାଡ଼ିବାକୁ ଚାହୁନି ଆମାଜନ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହିତ ଏହାର ବୁଝାମଣା ନିଜ ପ୍ରତି ଏକ ବଡ଼ ବିପଦ ବୋଲି ଆମାଜନ ଭଲ ଭାବେ ଜାଣିଛି। ସେଥିପାଇଁ ଏହି ବୁଝାମଣା ଅଟକାଇବାକୁ ଆଇନର ଯେତେ ସବୁ ଅସ୍ତ୍ର ରହିଛି ତାହାକୁ ଗୋଟିଏ ପରେ ଗୋଟିଏ ଆମାଜନ ବ୍ୟବହାର କରୁଛି। ନିକଟରେ ଏହା ସେବି ନିକଟରେ ଫ୍ୟୁଚର ରିଟେଲ୍ ବିରୋଧରେ ଅଭିଯୋଗ କରିଛି। ଫ୍ୟୁଚର୍ ଅଂଶଧନକାରୀମାନଙ୍କୁ ବିଭ୍ରାନ୍ତ କରୁଛି।
ସେବିର ଅଧ୍ୟକ୍ଷ ଅଜୟ ତ୍ୟାଗିଙ୍କୁ ଏକ ଚିଠି ଲେଖି ଆମାଜନ ଅବଗତ କରିଛି ଯେ ଫ୍ୟୁଚର୍ ରିଟେଲ୍ ଯେଉଁ ପ୍ରେସ୍ ବିଜ୍ଞପ୍ତି ଜାରି କରିଛି ଓ ଷ୍ଟକ ଏକ୍ସଚେଞ୍ଜ୍କୁ ଯେଉଁ ସୂଚନା ଦେଇଛି ତାହା ତାହା ଭାରତୀୟ ନିୟମର ଉଲ୍ଲଂଘନ ସଦୃଶ। ଏହି ମାମଲାର ତଦନ୍ତ କରିବାକୁ ଆମାଜନ୍ ଦାବି କରିଥିବା ବେଳେ ରିଲାଏନ୍ସ-ଫ୍ୟୁଚର୍ ବୁଝାମଣାକୁ ମଞ୍ଜୁର ନକରିବାକୁ ଅନୁରୋଧ କରିଛି।