ଏସ୍‌ଏମ୍ଇ ପାଇଁ ଆମାଜନ୍‌ର ୧୮୭୩ କୋଟିର ପାଣ୍ଠି

ବେଙ୍ଗାଲୁରୁ: ଆମାଜନ୍ ଇଣ୍ଡିଆ ପକ୍ଷରୁ ଭାରତର କ୍ଷୁଦ୍ର ଓ ମଧ୍ୟମ ଧରଣର ସଂସ୍ଥା (ଏସ୍‌ଏମ୍‌ଇ)ଗୁଡ଼ିକ ଲାଗି ୧୮୭୩ କୋଟି (୨୫୦ ନିୟୁତ ଡଲାର)ର ଆମାଜନ୍ ସମ୍ଭବ ଭେଞ୍ଚର ଫଣ୍ଡ୍‌ ଗଠନ କରାଯାଇଛି। ଦ୍ବିତୀୟ ଆମାଜନ ସମ୍ଭବ କାର୍ଯ୍ୟକ୍ରମ ଅବସରରେ ଆମାଜନ୍ ୱେବ୍ ସର୍ଭିସେସ୍‌ର ସିଇଓ ଆଣ୍ଡ୍ରୁ ‌ଜାସି ଏହି ଘୋଷଣା କରିଛନ୍ତି। ଏହି ଫଣ୍ଡ୍‌ ଜରିଆରେ ନୂତନ ଚିନ୍ତାଧାରାକୁ ସଶକ୍ତ କରାଯିବ ଓ ଉଦ୍ୟୋଗୀମାନଙ୍କୁ ଆକର୍ଷିତ କରାଯିବ ବୋଲି କଂପାନିର କଣ୍ଟ୍ରି ହେଡ୍‌ ଅମିତ ଅଗ୍ରୱାଲ୍ କହିଛନ୍ତି। ଦେଶର ୧୦ ନିୟୁତ ଏମ୍ଏସ୍‌ଏମ୍‌ଇର ଡିଜିଟାଲ୍‌କରଣ ପାଇଁ ୧୦୦ କୋଟି ଡଲାର ନିବେଶ କରାଯିବ ବୋଲି ପ୍ରଥମ ଆମାଜନ୍ ସମ୍ଭବ କାର୍ଯ୍ୟକ୍ରମ ଅବସରରେ କଂପାନିର ମୁଖ୍ୟ ଜେଫ୍ ବେଜୋସ୍‌ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର