ଚାକିରି ହରାଇବେ ମୁକେଶ ଅମ୍ବାନି, ସୁନୀଲ ମିତ୍ତଲ ?

ନୂଆଦିଲ୍ଲୀ : ମୁକେଶ ଅମ୍ବାନୀ, ସୁନୀଲ ମିତ୍ତଲ ପରି ଦେଶର ପ୍ରମୁଖ ଶିଳ୍ପପତି ମାନେ ଆସନ୍ତା ୨୦୨୧ ଏପ୍ରିଲ ମାସରେ ନିଜର ଚାକିରି ହରାଇବେ ! ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । କାରଣ ସେବିର ନୂଆ ନିୟମ ଅନୁସାରେ ଏମାନେ ଏହି ସମୟ ସୁଦ୍ଧା ନିଜ ନିଜର କମ୍ପାନିର ଅଧ୍ୟକ୍ଷ ପଦ ଛାଡିବାକୁ ବାଧ୍ୟ ।

ଭାରତୀୟ ପୁଞ୍ଜି ବଜାର ନିୟାମକ ସେବି କର୍ପୋରେଟ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ କୋଟାକ୍‌ କମିଟି ଗଢିଥିଲା । ଏହି କମିଟିର ସୁପାରିଶ ଅନୁସାରେ ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷ ଆରମ୍ଭରୁ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ପଦବୀକୁ ଅଲଗା କରାଯିବ । ଅର୍ଥାତ ଜଣେ ବ୍ୟକ୍ତି ସିଏମଡି ( ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ) ରହିପାରିବ ନାହିଁ । ଏବେ ମୁକେଶ ଅମ୍ବାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସିଏମଡି ଥିବାବେଳେ ସୁନୀଲ ମିତ୍ତଲ ମଧ୍ୟ ଭାରତୀ ଏୟାରଟେଲର ସିଏମଡି ଅଛନ୍ତି । କିନ୍ତୁ ୨୦୨୧ ଏପ୍ରିଲ ୧ରୁ ଏମାନଙ୍କୁ ଅଧ୍ୟକ୍ଷ ପଦ ଛାଡିବାକୁ ପଡିବ । କେବଳ ଏହି କମ୍ପାନିମାନେ ନୁହଁନ୍ତି, ଷ୍ଟକ ବଜାରରେ ତାଲିକାଭୁକ୍ତ ପ୍ରମୁଖ ୫୦୦ ଟି କମ୍ପାନି ଏହି ନିୟମ ପାଳନ କରିବାକୁ ବାଧ୍ୟ । ଏହି ୫୦୦ କମ୍ପାନି ମଧ୍ୟରେ ନାଲକୋ, କୋଲଇଣ୍ଡିଆ ପରି ଅନେକ ରାଷ୍ଟ୍ରାୟତ କମ୍ପାନି ମଧ୍ୟ ରହିଛନ୍ତି ।

ସମ୍ବନ୍ଧିତ ଖବର