ଆମ୍ବି ଭାଲି କିଣିବାକୁ ଗ୍ରାହକ ମିଳିଲେନି

ନୂଆଦିଲ୍ଲୀ: ସାହାରା ଗ୍ରୁପ୍‌ର ଆମ୍ବି ଭାଲି ପ୍ରକଳ୍ପ କିଣିବାକୁ କେହି ଗ୍ରାହକ ମିଳୁନାହାନ୍ତି। ଫଳରେ ଏହି ପ୍ରକଳ୍ପର ନିଲାମକୁ ସ୍ଥଗିତ ରଖାଯାଇଛି। ନିଲାମ ପାଇଁ ଦିଆଯାଇଥିବା ନୋଟିସ୍‌ ପ୍ରତି କୌଣସି ସମ୍ଭାବ୍ୟ କ୍ରେତାଙ୍କ ଆଗ୍ରହ ନମିଳିବାରୁ ଏହାକୁ ସ୍ଥଗିତ ରଖାଯାଇଛି ବୋଲି ଆଜି ସୁପ୍ରିମକୋର୍ଟଙ୍କୁ ସୂଚନା ଦିଆଯାଇଛି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠକୁ ବମ୍ବେ ହାଇକୋର୍ଟର ଅଫିସିଆଲ ଲିକ୍ୱିଡେଟର ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଖଣ୍ଡପୀଠ ଅଫିସିଆଲ ଲିକ୍ୱିଡେଟର ନିଯୁକ୍ତ କରିବା ସହିତ ଏହି ସମ୍ପତ୍ତିର ନିଲାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିକ୍ରି ଲବ୍ଧ ଅର୍ଥକୁ ନିବେଶକମାନଙ୍କୁ ଫେରସ୍ତ କରାଯାଇଥାନ୍ତା।

ସମ୍ବନ୍ଧିତ ଖବର