ଶକ୍ତିକାନ୍ତଙ୍କୁ ଭେଟିଲେ ଆମେରିକା ଟ୍ରେଜେରି ସଚିବ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଆମେରିକାର ଟ୍ରେଜେରି ସଚିବ ଷ୍ଟିଭେନ ମୁନିଚିନ୍ ଆଜି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇଠାରେ ଭେଟିଛନ୍ତି। ଏହି ଅବସରରେ ଦୁଇ ଜଣଙ୍କ ମଧ୍ୟରେ ଭାରତ ଏବଂ ଆମେରିକାର ସ୍ଥୂଳ ଅର୍ଥନୀତି ସମେତ ବିଶ୍ବ ଅର୍ଥନୀତି ସମ୍ପର୍କରେ ଆଲୋଚନା ହୋଇଛି। ଇରାନ ଏହାର ଆଣବିକ କାର୍ଯ୍ୟକ୍ରମରୁ ଓହରୁ ନଥିବାରୁ ଏହି ଦେଶ ବିରୋଧରେ ଜନମତ ସୃଷ୍ଟି କରିବା ଲାଗି ଷ୍ଟିଭେନ ବିଭିନ୍ନ ଦେଶ ଗସ୍ତ କରୁଛନ୍ତି। ଏହାର ଅଂଶସ୍ବରୂପ ସେ ଭାରତ ଗସ୍ତରେ ଆସିଛନ୍ତି। ତାଙ୍କ ସହିତ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନିଥ ଜଷ୍ଟର ଏବଂ ମୁମ୍ବାଇଠାରେ ଅବସ୍ଥାପିତ ଆମେରିକାର ବାଣିଜ୍ୟ ରା‌ଷ୍ଟ୍ରଦୂତ ଡେଭିଡ ଜେ ରାଞ୍ଜ ମଧ୍ୟ ଶକ୍ତିକାନ୍ତଙ୍କୁ ଭେଟିଛନ୍ତି।

ସମ୍ବନ୍ଧିତ ଖବର