ଆମେରିକା ଆମଦାନିକାରୀ ଭାରତ ମୁହାଁ

ନୂଆଦିଲ୍ଲୀ: ଆମେରିକା ସରକାର ଚୀନ୍‌ର ଅନେକ ସାମଗ୍ରୀ ଉପରେ ଟିକସ ମାତ୍ରା ବଢ଼ାଇ ଦେବା ପରେ ଆମେରିକାର ଆମଦାନକାରୀମାନେ ଏବେ ଭାରତ ମୁହାଁ ହୋଇଛନ୍ତି। ଭାରତରୁ କ୍ରୀଡ଼ା ସାମଗ୍ରୀ, ଖେଳନା, ଷ୍ଟେସନାରି, କେବୁଲ୍‌, ଇଲେକ୍‌ଟ୍ରୋନିକ୍ସ ପାର୍ଟସ୍‌ ଓ ଜୋତା ଆଦି କିଣିବା ପାଇଁ ଆମେରିକାର ଆମଦାନିକାରୀମାନେ ବରାଦ ଦେଉଥିବା ଜଣାପଡ଼ିଛି। ଚୀନ୍ ସାମଗ୍ରୀ ଉପରେ ଟିକସ ଲଗାଯିବା ପରେ ତାହା ଅଧିକ ମହଙ୍ଗା ହୋଇଯାଇଛି। ସେଥିପାଇଁ ସୁଲଭ ମୂଲ୍ୟର ସାମଗ୍ରୀ କିଣିବା ସନ୍ଧାନରେ ଥିବା ଆମେରିକାର ଆମଦାନିକାରୀମାନେ ଭାରତରୁ ବିଭିନ୍ନ ସାମଗ୍ରୀ କିଣିବାକୁ ଆଗେଇ ଆସିଛନ୍ତି।

ସମ୍ବନ୍ଧିତ ଖବର