ଚେନ୍ନାଇ: ଚାକିରି ଆଜିକାଲି ଏକ ବିରାଟ ସମସ୍ୟା ହୋଇ ଛିଡ଼ା ହୋଇଛି। ଯୋଗ୍ୟତା ଅଧିକ ହେଲେ ବି ଚାକିରି ମିଳୁନାହିଁ। ଲୋକଙ୍କୁ ଯେଉଁ ଚାକିରି ମିଳୁଛି, ତାହା ତାଙ୍କ ଯୋଗ୍ୟତା ମୁତାବକ କମ ହୋଇଥିଲେ ବି ନିଯୁକ୍ତି ଅଭାବରୁ ସେହି ସୁଯୋଗକୁ ହାତଛଡା କରିବାକୁ ଚାହୁଁନାହାଁନ୍ତି ଲୋକେ।
ଦେଶରେ ବେକାରୀ ସମସ୍ୟା କେତେ ବଡ଼ ମମସ୍ୟା ପାଲଟିଛି ତାହା ତାମିଲନାଡୁରେ ବାହାରିଥିବା ସଫେଇକର୍ମୀ ଓ ସାନିଟାରୀ କର୍ମଚାରୀ ନିଯୁକ୍ତିରୁ ଜଣାପଡୁଛି। ତାମିଲନାଡୁ ବିଧାନସଭା ସଚିବାଳୟରେ ସଫେଇକର୍ମୀ ଓ ସାନିଟାରୀ କର୍ମଚାରୀଙ୍କ ପାଇଁ ମୋଟ୍ ୧୪ଟି ପଦବୀ ଖାଲି ପଡ଼ିଛି। ଏହି ପଦବୀରେ ଭର୍ତ୍ତି ହେବା ପାଇଁ ଆବେଦନ କରିଥିବା ଏମଟେକ୍ , ବିଟେକ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀଧାରୀଙ୍କ ସହିତ ତାଠାରୁ ଅଧିକ ଯୋଗ୍ୟତା ଥିବା ଲୋକ ବି ସାମିଲ ଅଛନ୍ତି।
ଏହା ସହିତ ଅନେକ ଡିପ୍ଲୋମାଧାରୀ ମଧ୍ୟ ସଫେଇକର୍ମୀ ପାଇଁ ବାହାରିଥିବା ୧୦ ଓ ସାନିଟାରୀ କର୍ମଚାରୀ ପାଇଁ ବାହାରିଥିବା ୪ ପଦବୀ ପାଇଁ ଧାଡ଼ିରେ ଛିଡା ହୋଇଛନ୍ତି। ୨୬ ଡିସେମ୍ବରରେ ସଚିବାଳୟରେ ଖାଲି ଥିବା ପଦବୀ ପାଇଁ ଆବେଦନ ପତ୍ର ଆମନ୍ତ୍ରଣ କରିଥିଲେ, ଯେବେକି ଯୋଗ୍ୟତା ଭିନ୍ନ ଭିନ୍ନ ଥିଲା।