ମାଲିହାବାଦ: ଉତ୍ତର ପ୍ରଦେଶର ମାଲିହାବାଦର ଆମ୍ବ ଚାଷୀ ହାଜି କାଲିମୁଲ୍ଲାହ ଏକ ନୂତନ ପ୍ରଜାତିର ଆମ୍ବ ବିକଶିତ କରିଛନ୍ତି। ସେହି ଆମ୍ବର ନାମକୁ ସେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନାମରେ ନାମିତ କରିଛନ୍ତି। ଶାହଙ୍କ ବ୍ୟକ୍ତିତ୍ବରେ ଅନୁପ୍ରାଣିତ ହୋଇ ସେ ନୂତନ ପ୍ରଜାତିର ଆମ୍ବ ନାମକୁ ତାଙ୍କ ନାମ ଦେଇଛନ୍ତି। ସେହି ଆମ୍ବର ଓଜନ ବହୁତ ଭଲ ଥିବା ବେଳେ ବେଶ ସୁସ୍ବାଦୁ ମଧ୍ୟ। ଏହାର ନାମ ରଖାଯାଇଛି ‘ଶାହ ଆମ୍ବ’। ଏହି ଆମ୍ବ ଏବେ ଗଛରେ ଝୁଲୁଛି ଏବଂ କିଛି ଦିନ ଭିତରେ ତାହା ପାଚିବ। କାଜିମୁଲ୍ଲାହ ଆମ୍ବ ମଣିଷ ଭାବେ ପରିଚିତ। ୨୦୧୫ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଏକ ଆମ୍ବର ନାମ ରଖିଥିଲେ। ସେ ୩୦୦ରୁ ଅଧିକ ପ୍ରଜାତିର ଆମ୍ବ ଫଳାଉଛନ୍ତି। ସବୁ ପ୍ରକାର ଆମ୍ବକୁ ବିଭିନ୍ନ ସେଲିବ୍ରିଟିଙ୍କ ନାମ ଅନୁସାରେ ନାମିତ କରିଛନ୍ତି। ଐଶ୍ବର୍ଯ୍ୟା ରାୟ ଓ ସଚିନ ତେନ୍ଦୁଲକର ନାମରେ ମଧ୍ୟ ସେ ଆମ୍ବର ନାମକରଣ କରିଛନ୍ତି।
ଅମିତ ଶାହଙ୍କ ନାମରେ ଆମ୍ବ
/sambad/media/post_attachments/wp-content/uploads/2019/06/Mango-Name-Amit-Shah_Thumbnail-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)