ଆର୍‌ଆଇସିଏସ୍‌ ପକ୍ଷରୁ ଭାରତର ପ୍ରଥମ ନିର୍ମାଣ ପରିବେଶ ପାଠ୍ୟକ୍ରମ

ଭୁବନେଶ୍ୱର: ଆମିଟି ବିଶ୍ୱବିଦ୍ୟାଳୟର ଆରଆଇସିଏସ୍‌ ସ୍କୁଲ ଅଫ ବିଲ୍‌ଟ ଏନ୍‌ଭାର୍ଣ୍ଣମେଣ୍ଟ ପକ୍ଷରୁ ବିଲ୍‌ଟ ଏଭାର୍ଣ୍ଣମେଣ୍ଟ ପାଠ୍ୟକ୍ରମ ପାଇଁ ୨୦୧୯ ଶିକ୍ଷା ବର୍ଷ ନିମନ୍ତେ ଆବେଦନ ଆହ୍ଵାନ କରାଯାଇଛି। ଏହା ହେଉଛି ଭାରତର ପ୍ରଥମ ଓ ଏକମାତ୍ର ବିଲ୍ଟ ଏନଭାର୍ଣ୍ଣମେଣ୍ଟ ସ୍କୁଲ। ଏହାର କ୍ୟାମ୍ପସ ନୋଏଡା ଓ ମୁମ୍ବାଇରେ ରହିଛି। ରିଅଲ ଇଷ୍ଟେଟ୍‌, ଭିତ୍ତିଭୂମି ଓ ନିର୍ମାଣ କ୍ଷେତ୍ରରେ କ୍ୟାରିଅର ଗଠନ କରିବାକୁ ଚାହୁଁଥିବା ବିଦ୍ୟାର୍ଥୀମାନେ ଏହି ପାଠ୍ୟକ୍ରମରେ ନାମ ଲେଖାଇପାରିବେ।

ସେମାନେ ଆରଆଇସିଏସ୍‌ ଏସ୍‌ବିଇର ୱେବସାଇଟ୍‌ରେ ପୋଷ୍ଟ ଗ୍ରାଜୁଏସନ୍‌ ପାଠ୍ୟକ୍ରମ ପାଇଁ ଅନଲାଇନ୍‌ରେ ଆବେଦନ କରିପାରିବେ। ସ୍କୁଲର ଉଭୟ କ୍ୟାମ୍ପସରେ ରିଅଲ ଇଷ୍ଟେଟ ଆଣ୍ଡ ଅର୍ବାନ ଇନଫ୍ରାଷ୍ଟ୍ରକଚର୍‌, କନଷ୍ଟ୍ରକସନ୍‌ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ୍‌, କନଷ୍ଟ୍ରକସନ ଇକୋନମି ଆଣ୍ଡ କ୍ୱାଲିଟି ସର୍ଭେଇଙ୍ଗ୍‌ ଭଳି ତିନିଟି ବିଷୟରେ ଏମବିଏ ଓ ଫାସିଲିଟିଜ୍‌ ମ୍ୟାନେଜମେଣ୍ଟ ଉପରେ ପୋଷ୍ଟ ଗ୍ରାଜୁଏଟ୍‌ ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ସ୍ନାତକରେ ୫୦% ମାର୍କ ରଖି ପାସ୍‌ ହୋଇଥିବା ଓ ମ୍ୟାଟ୍‌, ଜିମ୍ୟାଟ, ସିମ୍ୟାଟ, କ୍ୟାଟ୍‌ ଆଦି ପ୍ରବେଶିକା ପରୀକ୍ଷାରେ ସ୍କୋର ହାସଲ କରିଥିବା ଛାତ୍ରଛାତ୍ରୀମାନେ ଏହି ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ। ଅନ୍ୟଥା ସାକ୍ଷାତକାର ଦିନ ଆମିଟି ପ୍ରବେଶିକା ପରୀକ୍ଷା ମଧ୍ୟ ଦେଇ ନାମ ଲେଖାଇପାରିବେ। ନାମଲେଖା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୧ ଡିସେମ୍ବର ।

 

ସମ୍ବନ୍ଧିତ ଖବର