ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ଓଡ଼ିଶା ଏଏମ୍ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର (ଏଚ୍ପିସି)କୁ ଏଏମ୍ଏନ୍ଏସ୍ ଇଣ୍ଡିଆର ସିଇଓ ଦିଲ୍ଲୀପ ଓମେନ୍ ପରିଦର୍ଶନ କରିଛନ୍ତି। ଏଚ୍ପିସିର ସମସ୍ତ କ୍ରୀଡ଼ାବିତ ଓଡ଼ିଶା ଓ ଭାରତ ପାଇଁ ଗୌରବ ଆଣିବେ ବୋଲି ସେ ବିଶ୍ବାସର ସହ କହିଛନ୍ତି। ଏହି ଅବସରରେ କ୍ରୀଡ଼ା ବିଭାଗର ଉପ ସଚିବ ରଞ୍ଜିତ ପରିଡ଼ା, ଏଏମ୍ଏନ୍ଏସ୍ର ଭିପି (ଏଚ୍ଆର୍ ଓ ଆଡମିନିଷ୍ଟ୍ରେସନ) ଆଶୁତୋଷ ତେଲାଙ୍ଗ, ଓଡ଼ିଶା ପ୍ରକଳ୍ପର ଇଡି ରାଜୀବ ଭଟ୍ଟନାଗର, ବ୍ରାଉନ୍ ଫିଲ୍ଡ ପ୍ରକଳ୍ପର ମୁଖ୍ୟ ଅରୁଣ ରଥ ଏବଂ ଏଚ୍ପିସିର ମୁଖ ପ୍ରଶିକ୍ଷକ ଅଶୋକ ମିଶ୍ର ଉପସ୍ଥିତ ଥିଲେ।
ଓଡ଼ିଶାକୁ ଜିଗ୍ନାଷ୍ଟିକ୍ସର ଏକ ଉତ୍କର୍ଷ ହବ୍ରେ ପରିଣତ କରିବା ଲାଗି ଓଡ଼ିଶା ସରକାରଙ୍କ ସହ ହାତ ମିଳାଇଛି ଏଏମ୍ଏନ୍ଏସ୍। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତ ସମୟରେ ଏହି ଏଚ୍ପିସି ସ୍ଥାପନ ଲାଗି ଜାପାନର କ୍ୟୋଟୋ ସହରରେ ରାଜ୍ୟ ସରକାର ଓ ଏଏମ୍ଏନ୍ଏସ୍ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ମାତ୍ର ଦୁଇ ମାସ ଭିତରେ ଏହାର କାର୍ଯ୍ୟ ଶେଷ ହୋଇଛି।