ଏସିଆର ୨୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ୩ ଭାରତୀୟ

ନୂଆଦିଲ୍ଲୀ: ଫୋର୍ବସ୍‌ ପକ୍ଷରୁ ଜାରି କରାଯାଇଥିବା ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବ୍ୟବସାୟ ଜଗତର ୨୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ୩ ଜଣ ଭାରତୀୟଙ୍କ ନାମ ରହିଛି। ସେମାନେ ହେଉଛନ୍ତି ମାମାଆର୍ଥ କଂପାନିର ସହ ପ୍ରତିଷ୍ଠାତା ଗଜଲ ଅଲଘ, ରାଷ୍ଟ୍ରାୟତ୍ତ ଇସ୍ପାତ କଂପାନି ସେଲ୍‌ର ଅଧ୍ୟକ୍ଷା ସୋମା ମଣ୍ଡ ଓ ଏମ୍‌କିଓର ଫାର୍ମାର ଇଡି ନମିତା ଥାପର। କରୋନା ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ଅନିଶ୍ଚିତତା ସତ୍ତ୍ବେ ଏହି ମହିଳାମାନଙ୍କ ଉତ୍କୃଷ୍ଟ ବ୍ୟବସାୟ ପରିଚାଳନା ପାଇଁ କଂପାନିର ଅଭିବୃଦ୍ଧି ତ୍ବରାନ୍ବିତ ହୋଇପାରିଛି।

ସମ୍ବନ୍ଧିତ ଖବର