ଆମାଜନ୍‌, ଫ୍ଲିପ୍‌କାର୍ଟର ୪ଦିନିଆ ସେଲ୍‌ ଆଜିଠାରୁ

ନୂଆଦିଲ୍ଲୀ: ଦୁଇ ପ୍ରମୁଖ ଇ-କମର୍ସ କମ୍ପାନି ଆମାଜନ୍‌ ଓ ଫ୍ଲିପ୍‌କାର୍ଟ ପକ୍ଷରୁ ୪ ଦିନିଆ ମହା ସେଲ୍‌ ଆସନ୍ତାକାଲିଠାରୁ ଆରମ୍ଭ ହେବ। ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ସପିଂ ପର୍ବ ଚାଲିବ। ଏଥିରେ ଗ୍ରାହକମାନେ ମୋବାଇଲ ଫୋନ୍‌ଠାରୁ ଆରମ୍ଭ କରି ଲାପଟପ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ବିପୁଳ ରିହାତିରେ କିଣିବାର ସୁଯୋଗ ପାଇବେ। ଆମାଜନ ପକ୍ଷରୁ ଆରମ୍ଭ ହେବାକୁ ଥିବା ସେଲ୍‌ର ନାମ ସମର ସେଲ୍‌ ରଖାଯାଇଥିବାବେଳେ ଫ୍ଲିପ୍‌କାର୍ଟ ସେଲ୍‌ର ନାମ ବିଗ୍‌ ସପିଂ ଡେ୍‌ଜ୍‌ ରଖାଯାଇଛି। ଆମାଜନ ପେ ବାଲାନ୍ସକୁ ଉପଯୋଗ କରି ଯେଉଁମାନେ ସାମଗ୍ରୀ କିଣିବେ ସେମାନଙ୍କୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ୧୦ ପ୍ରତିଶତ କ୍ୟାସବ୍ୟାକ୍‌ କମ୍ପାନି ପ୍ରଦାନ କରିବ। ୨୫୦ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ କିଣିଲେ ଏହି ସୂଚିଧା ମିଳିବ। ଏତଦ୍‌ବ୍ୟତୀତ ଗ୍ରାହକଙ୍କୁ ଅତିରିକ୍ତ ୧୦ ପ୍ରତିଶତ ରିହାତି ପ୍ରଦାନ ପାଇଁ କମ୍ପାନି ଆଇସିଆଇସିଆଇ ବ୍ୟାଙ୍କ ସହିତ ସହବନ୍ଧିତ ହୋଇଛି। ସେହିଭଳି ଫ୍ଲିପ୍‌କାର୍ଟ ମଧ୍ୟ ଲୋଭନୀୟ ରିହାତି ଦେବ ବୋଲି କୁହାଯାଉଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କର କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡରେ ଫ୍ଲିପକାର୍ଟ ଏହାର ଗ୍ରାହକଙ୍କୁ ୧୦ ପ୍ରତିଶତ ରିହାତି ପ୍ରଦାନ କରିବ।

ସମ୍ବନ୍ଧିତ ଖବର