ଆମ୍ପିୟର ଭେଇକିଲ୍ସର ୨୩ ନୂଆ ଡିଲର

ଭୁବନେଶ୍ବର: ଗ୍ରିଭ୍ସ କଟନ୍‌ର ବିଦ୍ୟୁତ୍ ଯାନ ନିର୍ମାଣ ଶାଖା ଆମ୍ପିୟର ଭେଇକିଲ୍ସ ଦେଶରେ ୨୩ଟି ନୂଆ ଡିଲରଙ୍କୁ ନିଯୁକ୍ତି ଦେଇଛି। ନୂଆ ଡିଲର ନିଯୁକ୍ତି ଦ୍ବାରା ଅଧିକରୁ ଅଧିକ ଗ୍ରାହକ କମ୍ପାନିର ଉଚ୍ଚ କ୍ଷମତାସମ୍ପନ୍ନ ଓ ପରିବେଶ ଅନୁକୂଳ ଇ-ସ୍କୁଟର କିଣିବା ସୁଯୋଗ ପାଇପାରିବେ। କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ଓଡ଼ିଶା, ପଶ୍ଚମବଙ୍ଗ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ରାଜସ୍ଥାନରେ ଥିବା ସୋ’ରୁମ୍‌ରୁ ଗ୍ରାହକମାନେ ଆମ୍ପିୟରର ଗାଡ଼ି କିଣିପାରିବେ। କମ୍ପାନି ନିରନ୍ତରଭାବେ ଉତ୍ପାଦ ଏବଂ ସେବାରେ ସମ୍ପ୍ରସାରଣ କରିବ ବୋଲି ଗ୍ରିଭ୍ସ କଟନର ଏମଡି ତଥା ସିଇଓ ନାଗଶେ ବାସବାହନଲି ଏବଂ ଆମ୍ପିୟର ଭେଇକିଲ୍ସର ସିଓଓ ପି ସଞ୍ଜୀବ କହିଛନ୍ତି।

ସମ୍ବନ୍ଧିତ ଖବର