ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ଡାଏରି ପ୍ରଡକ୍ଟସ୍‌ କମ୍ପାନି ଅମୁଲ ଭାରତୀୟ ରେଳବାଇ ସହିତ ଟୁଇଟର ଜରିଆରେ ଏକ ବ୍ୟବସାୟ ଚୁକ୍ତି କରିଛି। ଏହି ଚୁକ୍ତି ମୁତାବକ ଶନିବାର ଅମୁଲର ପ୍ରଥମ ମିଲକ୍‌ ଟ୍ରେନ୍‌ ଗୁଜୁରାଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

Advertisment

ଅମୁଲ ଏହି ସମ୍ପର୍କରେ ସୂଚନା ଦେଇ କହିଛି, ଆମର ପ୍ରସ୍ତାବ ଉପରେ ରେଳାବାଇ ଏତେ ଶୀଘ୍ର ପଦକ୍ଷେପ ନେଇ ଥିବାରୁ ରେଳମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ। ୧୭୦ଲକ୍ଷ ଟନ ଅମୁଲ ବଟରରେ ଭରିଥିବା ପ୍ରଥମ ରେଫ୍ରିଜେରେଟର ଭ୍ୟାନ୍‌ ଟ୍ରେନ୍‌ ପାଲନପୁର (ଗୁଜୁରାଟ)ରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଏକ ମାସ ପୂର୍ବରୁ ଗୁଜୁରାଟର ଡାଏରି କମ୍ପାନି ଅମୁଲ ରେଳମନ୍ତ୍ରାଳୟର  ଅଧିକାରୀଙ୍କ ଟୁଇଟ କରି ଏକ ପ୍ରସ୍ତାବ ଦେଇଥିଲା। ଅମୁଲ ଭାରତୀୟ ରେଳାବାଇଙ୍କୁ ପଚାରିଥିଲା କି, ଭାରତରେ ଅମୁଲ ବଟରର ବିତରଣ ପାଇଁ ରେଫ୍ରିଜେରେଟର ପାର୍ସଲ ଭ୍ୟାନ୍‌ର ବ୍ୟବହାର କରିବାକୁ ଚାହୁଁଛୁ। ରେଳ ବିଭାଗ ଏ ଦିଗରେ ସହାୟତା କରିବ କି?

publive-image

ରେଳବାଇ ଏହାର ଏକ ମନଛୁଆଁ ଉତ୍ତର ମଧ୍ୟ ଦେଇ କହିଥିଲେ, ଭାରତୀୟ ରେଲେଓ୍ଵ ଟେଷ୍ଟ ଅଫ ଇଣ୍ଡିଆକୁ ପ୍ରତ୍ୟେକ ଭାରତୀୟଙ୍କ ପାଖରେ ପହଞ୍ଚାଇବାରେ ଅଟର୍ଲି -ବଟର୍ଲି ଖୁସି ହେବ। ଟେଷ୍ଟ ଅଫ ଇଣ୍ଡିଆ ଅମୁଲର ଟ୍ୟାଗଲାଇନ୍‌ ଓ ଅଟଲି-ବଟର୍ଲି ଶବ୍ଦ ବଟର ପାଇଁ ବ୍ୟବହାର କରାଯାଇଥାଏ।

ଶନିବାର, ଅମୁଲ କମ୍ପାନିର ଟୁଇଟର ଉତ୍ତରରେ ରେଳମନ୍ତ୍ରୀ ପିୟୁଷ ଗୋୟଲ ଟୁଇଟ କରି କହିଛନ୍ତି, ଗୁଜୁରାଟରୁ ଦିଲ୍ଲୀ, ଅମୁଲ ବଟର ମିଲକ୍‌କୁ ପ୍ରସ୍ତୁତ କରନ୍ତୁ ଓ ଭଲ ପାଇବା ସହ ନେଇ ଯାଆନ୍ତୁ।