ନୂଆଦିଲ୍ଲୀ: ପାର୍ବଣ ସମୟରେ ଗୁଜରାଟ ସମବାୟ ଦୁଗ୍ଧ ବିଣପନ ସଂଘ ଲିମିଟେଡ ଅମୁଲ କ୍ଷୀର ମୂଲ୍ୟ ଲିଟର ପିଛା ଦୁଇଟଙ୍କା ବୃଦ୍ଧି ଘୋଷଣା କରିଛି। ଫୁଲ୍‌ କ୍ରିମ୍ କ୍ଷୀର ମୂଲ୍ୟ ଲିଟର ୬୧ ଟଙ୍କା ଥିବାବେଳେ ଏହାକୁ ୬୩ ଟଙ୍କା କରାଯାଇଛି। ଏଥିସହିତ ଅମୁଲ ଏହାର ଗୋଲ୍ଡ ଏବଂ ମଇଁଷି କ୍ଷୀର ଦାମ ମଧ୍ୟ ଲିଟର ପିଛା ୨ ଟଙ୍କା ବଢ଼ାଇଛି। ତେବେ ନିର୍ବାଚନ ହେବାକୁ ଥିବା ଗୁଜରାଟରେ ଏହି ମୂଲ୍ୟ ବଢ଼ିବ ନାହିଁ। ଏହା ପୂର୍ବରୁ ଅମୁଲ ମାର୍ଚ୍ଚ ଏବଂ ଅଗଷ୍ଟରେ ମଧ୍ୟ କ୍ଷୀର ଦାମ ବଢ଼ାଇଥିଲା। ଅମୁଲ ପରେ ମଦର ‌ଡାଏରି ଦିଲ୍ଲୀ ଓ ଏନ୍‌ସିଆରରେ ଫୁଲ୍ କ୍ରିମ୍ କ୍ଷୀର ଓ ଗାଈ କ୍ଷୀର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ଘୋଷଣା କରିଛି।