ଦୁଗ୍‌ଧ ମୂଲ୍ୟ ୨ ଟଙ୍କା ବଢାଇଲା ଅମୂଲ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଦୁଗଧ ଓ ଦୁଗଧଜାତ ସାମଗ୍ରୀ କମ୍ପାନି ଅମୁଲ ନିଜର ଦୁଗଧ ଦର ବଢାଇଛି । କମ୍ପାନି ଲିଟର ପିଛା ୨ ଟଙ୍କା ବଢାଇଛି । ଏହି ବର୍ଦ୍ଧିତ ଦର ଆସନ୍ତା କାଲି ଅର୍ଥାତ ମଙ୍ଗଳବାରଠାରୁ ଲାଗୁ ହେବ ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ଆରଏସ ସୋଡି ସୂଚନା ଦେଇଛନ୍ତି । ଏହି ଦର ବୃଦ୍ଧି ଫଳରେ ଅମୁଲ ଫେଡେରେସନ ସହ ଜଡିତ ପ୍ରାୟ ୭ ଲକ୍ଷରୁ ଅଧିକ ଦୁଗଧ ଚାଷୀ ଉପକୃତ ହେବେ । ଏହି ଦରବୃଦ୍ଧି ଅମୂଲର ସବୁ କ୍ଷୀର ବ୍ରାଣ୍ଡ ଯେପରିକି ଗୋଲଡ ଓ ଶକ୍ତି ପାଇଁ ଲାଗୁ ହେବ ।

ଚଳିତ ମାସ ପ୍ରାରମ୍ଭରେ ମଧ୍ୟ ଅମୂଲ ନିଜର କେତେକ ପ୍ରକାରର ଦୁଗଧମୂଲ୍ୟ ବଢାଇଥିଲା । ମଇଁଷି କ୍ଷୀର ମୂଲ୍ୟ ଲିଟର ପିଛା ୧୦ ଟଙ୍କା ଓ ଗାଈ କ୍ଷୀର ମୂଲ୍ୟ ଲିଟର ପିଛା ୪ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଥିଲା । ଅମୂଲ ପକ୍ଷରୁ ଦର ବୃଦ୍ଧି କରାଯିବା ପରେ ଅନ୍ୟ କମ୍ପାନି ଯେପରିକି ମଦର୍ସ ଡାଇରୀ ମଧ୍ୟ ଦର ବୃଦ୍ଧି କରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର